କଟକ : ଚାରିଆଡ଼େ ପାର୍ବଣର ମାହୋଲ ଚାଲିଛି । ଏହି ସମୟରେ ଖାସ୍ କରି ଟ୍ୱିନ୍ ସିଟିରେ ଅପରାଧୀକ ମାମଲା ବଢିବାର ଆଶଙ୍କାକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ।ଟୁଇନ୍ସିଟିରେ ଅପରାଧୀକ ମାମଲାରେ ରୋକ୍ ଲଗାଇବା ପାଇଁ କମିଶନରେଟ୍ ପୁଲିସ୍ ଏବେ ଆକ୍ସନ୍ ମୋଡକୁ ଆସିଛି । ଦୁର୍ଗା ପୂଜା ସମୟରେ ଚାଲିଥିବା ମଦ ଚୋରା ଚାଲାଣକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ମଦ କାରବାର ଓ ବିକ୍ରି କରିବା ଅଭିଯୋଗରେ ଲାଲବାଗ ଓ ଜଗତପୁର ପୋଲିସ୍ ଚଢ଼ଉ କରି ୨ଜଣ ଅପରାଧୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛ। ସେମାନଙ୍କଠାରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ବୋତଲ ମଦ ସହ ମୋବାଇଲ୍ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛ।
Comments are closed, but trackbacks and pingbacks are open.