କଟକ,(ବି.ବି.ନୁ୍ୟଜ୍): ପାଣିପାଗରେ ପରିବର୍ତ୍ତନ ଆସୁଛି । ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏସବୁ ମଧ୍ୟରେ ମୁଖ୍ୟ ସମସ୍ୟା ପାଲିଟିଛି ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର । ତେଣୁ ପରିବେଶରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଜନ ଆନେ୍ଦାଳନ ପାଲଟିଛି । ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବା ସହ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ତଥା ପ୍ଲାଷ୍ଟିକ୍ ମୁକ୍ତ ଭାରତ ସ୍ୱପ୍ନକୁ ସାକାର ପାଇଁ ଛାତ୍ରଛାତ୍ରୀ ନେତୃତ୍ୱ ନିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ତେଣୁ ଏହି ମନ୍ତ୍ର ସଫଳ କରିବାକୁ ପ୍ରଥମେ କଟକ ମାଟିରୁ ସହରବାସୀ ପ୍ରୟାସ କରିବା ଉଚିତ । ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ସହରକୁ ସମୃଦ୍ଧଶାଳୀ କରିବା ସହ ଦେଶକୁ ସ୍ୱଚ୍ଛ କରିବା ପାଇଁ ସ୍କୁଲ୍ର ଛାତ୍ରଛାତ୍ରୀମାନେ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରେଭେନ୍ସା କଲିଜିଏଟ୍ ସ୍କୁଲ୍ରେ ଆଜି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଓ ପାଠାଗାରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସହରବାସୀଙ୍କୁ ଏହି ନୀତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏଚ୍ପିସିଏଲ୍ ସହାୟତାରେ ପ୍ରାୟ ୨କୋଟି ବ୍ୟୟରେ ଶୁଭାରମ୍ଭ ହୋଇଥିବା ପାଠାଗାରାକୁ ଏକ ଉନ୍ନତ ଇ-ଲାଇବ୍ରେରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ୭୧୪୬.୭୧ ବର୍ଗଫୁଟ୍ରେ ନିର୍ମିତ ଏହି କୋଠାରେ ୪ଟି ଲାବ୍ରୋଟୋରୀ, ଗୋଟିଏ ପାଠାଗାର ହଲ୍ ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ଏହାସହ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ, କଟକ ମହାନଦୀରୁ ଆଇଓସିଏଲ୍ ପାଣି ନେଉଥିବାରୁ ସହରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଯେଉଁଥିରେ ଶିଶୁଭବନର ଉନ୍ନତି ପାଇଁ ପ୍ରାୟ ୧୦କୋଟି, ସହରବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ପ୍ରାୟ ୧୦୦କୋଟି ଓ ହାଡ଼ିଆପଠାରେ ବାଲି ଖୋଲିବା ପାଇଁ ଅର୍ଥ ପ୍ରଦାନ କରାଯାଉଛି । ଏଥିସହ ସିଡିଏ ଅଞ୍ଚଳରେ ଘରକୁ ଘର ପାଇପ୍ ଯୋଗେ ଗ୍ୟାସ ଯୋଗାଇବା କାମ ଆରମ୍ଭ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ସେହିଭଳି ସହରର ୩ଟି ପ୍ରମୁଖ ଶ୍ମଶାନରେ ଗ୍ୟାସ ଚୁଲା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ତଥା କଲିଜିଏଟ୍ ସ୍କୁଲ୍ର ପୁରାତନ ଛାତ୍ର ଇଂ. ମହମ୍ମଦ ମୋକିମ୍ ଯୋଗଦେଇ ସ୍କୁଲ୍ର ସଫଳତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୁରାତନ ଛାତ୍ର ସଂଘର ସଭାପତି ଡ. ପ୍ରଦୀପ ରାଓ ଓ ଏଚ୍ପିସିଏଲ୍ର ସିଜିଏମ୍-ସିଏସ୍ଆର୍ ଏସ୍ ସୁବାରାଓ ଯୋଗଦେଇ ସହରର ସର୍ବାଙ୍ଗିନ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଉତ୍ସବକୁ ଏଚ୍ପିସିଏଲ୍ର ଡିଜିଏମ୍ ଅଭୟଙ୍କର ଦାସ ପରିଚାଳନା କରିଥିଲେ । ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ଡ. ଅନୁସ୍ମିତା ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିÂ ନେତା ବିନୋଦ ଦାସ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.