କଟକ : ଓଡିଶା ଫେରିଲେ ଜଗା-କାଳିଆ । କଟକ ରୋଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏସସିବି ମେଡିକାଲରେ ପହଞ୍ଚିଛନ୍ତି । ଉଭୟ ଶିଶୁଙ୍କର ଏସସିବି ମେଡି଼କାଲରେ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯିବ । ଆଜିଠାରୁ ଆରମ୍ଭ ହେବ ଚିକିତ୍ସା ।
ଗତକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ବସିଥିଲେ ଜଗା-କାଳିଆ । ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କୁ ନେଇ ଓଡିଶା ଫେରିଛନ୍ତି । କଟକ ରେଳ ଷ୍ଟେସନରେ ଜଗା-କାଳିଆ ପହଞ୍ଚିବା ପରେ ସେମାନଙ୍କୁ କଟକ ଏସସିବି ମେଡ଼ିକାଲକୁ ନିଆଯାଇଛି । କଟକ ଏସସିବିରେ ଜଗା-କାଳିଆଙ୍କ ରହିବା ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶିଶୁଙ୍କୁ ଏସସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନରେ ରଖାଯିବ । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ ।
Comments are closed, but trackbacks and pingbacks are open.