କଟକ ଏସ୍‌ସିବିରୁ ୫ ଦଲାଲ ଗିରଫ

Get real time updates directly on you device, subscribe now.

କଟକ : କଟକ ଏସସିବି ମେଡିକାଲ ପରିସରରୁ ୫ ଜଣ ଦଲାଲଙ୍କୁ ଗରିଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ଘରୋଇ ହସପିଟାଲକୁ ନେଉଥିବା ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରିକି ଓରଫ କଲିମ ମହମ୍ମଦ, ସୁକାନ୍ତ ନାୟକ, ବଣ୍ଟି ଓରଫ ସୁଶାନ୍ତ ମହାପାତ୍ର, ସିଲୁ ନାୟକ ଓ ମୁନା ଓରଫ ନାରଣ ରାମ । ଏହି ସମସ୍ତ ଅଭିଯୁକ୍ତ ବିଭିନ୍ନ ଘରୋଇ ହସପିଟାଲ ପାଇଁ ଦଲାଲି କରୁଥିବା ଜଣାପଡିଛି । ନିକଟରେ ରାଜ୍ୟ ସରକାର ହସପିଟାଲରେ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସବୁ ହସପିଟାଲରୁ ଦଲାଲ ଗିରଫ କରିବା ଅଭିଯାନ ଆରମ୍ଭ ହୋଇଛି । ଆଜି ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons