କଟକ ଜିଲ୍ଲା ତିଗିରିଆରେ ବାଘ ମୃତୁ୍ୟ ଘଟଣାରେ ୨ ନିଲମ୍ବିତ

Get real time updates directly on you device, subscribe now.

ଆଠଗଡ : ଆଠଗଡ ବନଖଣ୍ଡ ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣାରେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ନିଜ ମୁଣ୍ଡ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ବଡବଡିଆ ଅଧିକାରୀ । ତିଗିରିଆ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ କୁମାର ବେହେରାଙ୍କୁ ନିଲମ୍ବିତ କରି ଆଠଗଡ ବନ ବିଭାଗର ଏହି ଅଧିକାରୀମାନେ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତାହା ସହଜରେ ବୁଝାପଡୁନାହିଁ ।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଠଗଡ଼ ଜଙ୍ଗଲରେ ବାଘ ଅଛି ବୋଲି ବନବିଭାଗ ଜାଣିପାରିଲା ନାହିଁ କେମିତି। କାହା ନିର୍ଦ୍ଦେଶରେ ବାଘ ମରିବାର ଚାରି ଦିନ ପରେ ଶବକୁ ଆଣି ଏକ ଘର ଭିତରେ ବନ୍ଦ କରି ରଖାଗଲା। ବାଘ ମୃତ୍ୟୁର ରହସ୍ୟ ଏବେ ବି ସନ୍ଦେହ ଘେରରେ ଥିବାବେଳେ ବନବିଭାଗର ବରିଷ୍ଠ ଅଧିକାରୀ ଏ ବାବଦରେ ମୁହଁ ନ ଖୋଲିବା ନିଜର ଅପାରଗତାକୁ ଘୋଡାଇବାକୁ ଅପଚେଷ୍ଟା କରାଯାଉଥିବା ଆଲୋଚନା ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons