କଟକ,(ବି.ବି.ନୁ୍ୟଜ୍): କଟକ ଜିଲ୍ଲାରୁ ଚିହ୍ନଟ ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଟକ ସହରରୁ ୨ ଯୁବକ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କ୍ୟାଣ୍ଟେନମେଣ୍ଟ ରୋଡ୍ ଅଞ୍ଚଳର ଓ ଅନ୍ୟ ଜଣେ ରାଣୀହାଟ ଅଞ୍ଚଳର ବୋଲି ଜଣାଯାଇଛି । ପୂର୍ବରୁ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ଏହି ୨ ଯୁବକ କରୋନାରେ ଆକ୍ରାନ୍ତ ହୋଇଯିବା ସିଏମ୍ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କ୍ୟାଣ୍ଟେନମେଣ୍ଟ ରୋଡ ଅଞ୍ଚଳରୁ ଚିହ୍ନଟ ଯୁବକଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ରାଣୀହାଟରୁ ଯୁବକ ଚିହ୍ନଟ ଯୁବକଙ୍କ ବୟସ ୩୩ । ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ସମୁଦାୟ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୩୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୪୦ ଜଣ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.