ସାଲେପୁର: ଯୁବକଙ୍କୁ ମରଣାତ୍ମକ ଆକ୍ରମଣ। କଟୁରି ଚୋଟରେ ଯୁବକ ଗୁରୁତର। ପରିବାର ପକ୍ଷରୁ ଥାନାରେ ଅଭିଯୋଗ। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ନାନ୍ଦୋଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ନନ୍ଦୋଳ ଗ୍ରାମର ଶିବ ଭୋଇଙ୍କ ପୁଅ ମିଟୁ ଭୋଇ।
ସେହି ଗ୍ରାମର ମନୁଆ ଭୋଇ ଏକ କଟୁରିରେ ଆକ୍ରମଣ କରିବାରୁ ମିଟୁ ଭୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ହାତ ଓ କାନ ମୂଳରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇ ପଡିଥିଲେ।
ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ମିଟୁ ଭୋଇଙ୍କ ମା ଭାରତୀ ଭୋଇ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଥିବାର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
Comments are closed, but trackbacks and pingbacks are open.