
ବୈପାରିଗୁଡ଼ା,(ହେମନ୍ତ ଟାକ୍ରିଙ୍କ ରିପୋର୍ଟ): କଣ୍ଟେନର ଧକ୍କାରେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି,ବୈପାରିଗୁଡା ଠାରୁ ମାଲକାନଗିରି ଯିବା ଘାଟି ରାସ୍ତାରେ ଜୟପୁରରୁ ମାଲକାନଗିରି ପଟକୁ ଯାଉଥିବା ଏନ୍ଏଲ୍ ୦୧ଏନ୍ ୬୭୦୨ ନମ୍ବର ବିଶିଷ୍ଟ ବାଇକ୍ ବୋଝେଇ କଣ୍ଟେନର ସହ ବିପରିତ ଦିଗରୁ ଆସୁଥିବା ପୋଲସର୍ ବାଇକ୍ ଓଡି ୧୦ ଆର୍ ୯୭୪୧ ସହ ଧକ୍କା ହୋଇଥିଲା। ଗୋବିନ୍ଦପାଲି ଘାଟି ବା ବଡ଼ ବାଙ୍କ ଘାଟି ରାସ୍ତାର ବୁଲାଣିରେ କଣ୍ଟେନର ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରି ନପାରିବା ଫଳରେ ସାମ୍ନା ପଟୁ ଆସୁଥିବା ବାଇକ୍ ଧକ୍କା ଖାଇଥିଲା। ବାଇକ ଛିଟିକି ପଡ଼ିଥିବା ବେଳେ ଚାଳକ ଜଣକ ଟ୍ରଲରରେ ବାଡେଇ ହୋଇ ପଡିଯାଇଥିଲେ। ମୁଣ୍ଡରେ ଶକ୍ତ ଆଘାତ ହେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଟ୍ରଲରଟି ମଧ୍ୟ ଘାଟି ତଳକୁ ଖସି ପଡ଼ିଛି। ବାଇକ୍ ଚାଳକଙ୍କ ନାମ ବାବୁଲା ଗୁଣ୍ଠା (୨୫), ଡଙ୍ଗରଛିଞ୍ଚି ପଞ୍ଚାୟତର ମୁଖିଖୁଡୁପିର ବୋଲି ଜଣାପଡିଛି। ବୈପାରିଗୁଡା ଥାନା ଆଇଆଇସି ରଘୁନାଥ ମାଝୀ ଏବଂ ଏସ୍ଆଇ ନରସିଂହ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।


Comments are closed, but trackbacks and pingbacks are open.