କଦଳୀ କାନ୍ଦିରେ କଟକରୁ ରାଜନଗର ଆସୁଛି ଧଳା ଜହର, ଫେଣାରେ ହେଉଛି ଚାଲାଣ

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡାରେ ଧଳାଜହର । ଯୁବଗୋଷ୍ଠୀଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ ଏହି ଧଳାଜହର କବଳରେ ପଡିଛନ୍ତି । ଏଭଳି ଏକ ଭିଜୁଆଲ ଭାଇରାଲ୍ ହେଉଛି ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କେନ୍ଦ୍ରାପଡାରେ କିଭଳି ଭାବରେ ଧଳାଜହର କାୟାବିସ୍ତାର କରିଛି ।
ସବୁଠାରୁ ବଡ କଥା ହେଲା, କଦଳୀ କାନ୍ଦି ଭିତରେ ଆସୁଛି ବ୍ରାଉନସୁଗାର । ରାଜନଗର ବଜାରରେ ସପ୍ତାହକୁ ଦୁଇଥର ହାଟ ବସିଥାଏ । ଆଉ ପ୍ରତି ସପ୍ତାହରେ କଦଳୀ କାନ୍ଦି ଭିତରେ ଏହି ବ୍ରାଉନସୁଗାର କଟକରୁ ରାଜନଗର ଆସିଥାଏ । ତେବେ କଦଳୀ କାନ୍ଦିର ଫେଣାରେ ଏହି ବ୍ରାଉନସୁଗାର ଚାଳାଣ ହୋଇଥାଏ ବିଭିନ୍ନ ସ୍ଥାନକୁ । ତେବେ ପୋଲିସ ନାକତଳେ ଏସବୁ କାରବାର କିପରି ଚାଲିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons