କନ୍ଧମାଳ- କଳାହାଣ୍ଡି ପୁଲିସର ମିଳିତ କୁମ୍ବିଂ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ଓ କଳାହାଣ୍ଡି ପୁଲିସର ମିଳିତ କୁମ୍ବିଂ ଅଭିଯାନରେ ମାଓବାଦୀଙ୍କ ଦୁଇଟି କ୍ୟାମ୍ପ ଧ୍ୱଂସ ହୋଇଛି । ୩ଟି ବନ୍ଧୁକ ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି ପୁଲିସ । ଏହି ଅଭିଯାନ କନ୍ଧମାଳ- କଳାହଣ୍ଡି ସୀମା ବାଲିଗୁଡା ଥାନା ଅନ୍ତର୍ଗତ ପୋଖରିବନ୍ଧ ଓ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁରାନଇ ସଂରକ୍ଷିତ ଜଙ୍ଗଲରେ ଗତ ୧୫ ଓ ୧୬ ତାରିଖରେ ହୋଇଥିଲା । ପୁଲିସ ମାଓବିରୋଧୀ ଅଭିଯାନରେ ଆଉ ଏକ ସଫଳତା ପାଇଥିବା ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ଭୀନିତ୍ ଅଗ୍ରୱାଲ । ଉଭୟ ମାଓ କ୍ୟାମ୍ପ୍ରେ ସିପିଆଇ ମାଓବାଦୀ ସଙ୍ଗଠନ କେକେବିଏନ୍ ଡିଭିଜନ୍ର ପ୍ରାୟ ୧୦ରୁ ୧୨ ସଦସ୍ୟ ରହିଥିବାର ଅନୁମାନ କରାଯାଉଥିବା ବେଳେ ମାଓ ସଙ୍ଗଠନର କେନ୍ଦ୍ରୀୟ ନେତା ମୁରଲୀ ସେଠାରେ ରହି ସଙ୍ଗଠନକୁ ଦୃଢ କରୁଥିବାର ସନେ୍ଦହ କରାଯାଉଥିବା ଏସ୍ପି ଅଗ୍ରୱାଲ କହିଛନ୍ତି ।
ପୁଲିସ ସୂଚନା ମୁତାବକ- ଉପରୋକ୍ତ ଦୁଇ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ୧୫ ତାରିଖରେ କନ୍ଧମାଳ ପୁଲିସ୍ର ଏସ୍ଓଜି ଓ ଡିଭିଏଫ୍ ଟିମ୍ ମିଳିତ ଭାବେ ପୋଖରୀବନ୍ଧ ରିଜର୍ଭ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ମାଓବାଦୀଙ୍କ ସହ ପୁଲିସ ଟିମ୍ ଆମନାସାମନି ହୋଇଥିଲେ । ପ୍ରଥମେ ମାଓବାଦୀଙ୍କ ପଟୁ ଗୁଳିଚାଳନା ହୋଇଥିଲା ଯାହାର କଡା ଜବାବ ଦେଇଥିଲା ପୁଲିସ । ପ୍ରାୟ ୧୫ ମିନିଟ୍ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଞ୍ଚଞ୍ଚଞ୍ଚ ଜଙ୍ଗଲକୁ ପଳାଇଥିଲେ । ପୁଲିସ ଟିମ୍ ଖାନତଲାସ କରି ଧ୍ୱସ୍ତ ମାଓ ଶିବିରରୁ୩ଟି ଦେଶୀ ବନ୍ଧୁକ, ଅନେକ ଔଷଧ, ମାଓ ପତ୍ରିକା, ମାଓ ପୋଷାକ, ବିଦୁ୍ୟତ୍ ତାର ଆଦି ଜବତ କରିଥିଲା ।
ପୁଣି ୧୬ ତାରିଖରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁରାନଇ ସଂରକ୍ଷିତ ଜଙ୍ଗଲରେ ଉଭୟ କନ୍ଧମାଳ ଓ କଳାହାଣ୍ଡି ପୁଲିସ ଏସ୍ଓଜି ଟିମ୍ ମିଳିତ ଭାବେ ଉଭୟ ଜିଲ୍ଲା ପଟୁ କୁମ୍ବିଂ ଅପରେସନ୍ କରିଥିଲେ । ପୁଣି ମାଓବାଦୀଙ୍କ ପଟୁ ଗୁଳିଚାଳନା ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ପୁଲିସ ଜବାବରେ ବ୍ୟତିବ୍ୟସ୍ତ ହୋଇ ମାଓବାଦୀମାନେ ଘଞ୍ଚ ଜଙ୍ଗଲକୁ ପଳାୟନ କରିଥିଲେ । କନ୍ଧମାଳ ପୁଲିସ ଉକ୍ତ ଜଙ୍ଗଲରୁ ଗୋଟିଏ ମାଓ ଶିବିର ଠାବ କରି ସେଠାରୁ ମଧ୍ୟ ବିପୁଳ ଔଷଧ, ସିରିଞ୍ଜ୍, ରାସନ୍, ଗୋଟିଏ ଥର୍ମଫ୍ଲାସ୍କ ଆଦି ସାମଗ୍ରୀ ଜବତ କରିଥିଲା । ଗୁଳି ବିନିମୟ ବେଳେ ପୁଲିସ ଟିମ୍ର କେହି ଆହାତ ହୋଇନାହାନ୍ତି । ତେବେ ମାଓବାଦୀଙ୍କ ଗତିବିଧି ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଥିବା କନ୍ଧମାଳ ଏସ୍ପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରୋବେସନାରୀ ଆଇପିଏସ୍ ଅଭିନବ ଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons