ଜୟପୁର : କୋରାପୁଟ ରାଣୀଗଡ ରାସ୍ତାରେ ଆନ୍ଧ୍ରର କନ୍ୟା ଯାତ୍ରୀଙ୍କଠାରୁ ଟଙ୍କା ସୁନା ଲୁଟ୍ ଘଟଣାର ପର୍ଦାଫାସ କଲା କୋରାପୁଟ ପୋଲିସ। ଏହି ଘଟଣାରେ ୫ ଜଣକୁ ଗିରଫ କରିଛି କୋରାପୁଟ ସଦର ଥାନା ପୁଲିସ । ଅଭିଯୁକ୍ତମାନଙ୍କଠାରୁ ୭୨ ହଜାର ୮୦୦ ଟଙ୍କା, ୩ଟି ସୁନା ଚେନ୍, ୪ଟି ମୋବାଇଲ, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ
ସୂଚନା ଦେଇଛନ୍ତି କୋରାପୁଟ ଏସଡିପିଓ ଗୁଣନିଧି ମଲିକ।
ଗତ ୨୮ ତାରିଖ ବିଳମ୍ବିତ ରାତିରେ ଆନ୍ଧ୍ରର ବିଜୟନଗରମରୁ କନ୍ୟା ପକ୍ଷ କୋରାପୁଟ ଜିଲ୍ଲା ବୋରିଗୁମାର ବର ଘରକୁ କାରରେ ଯାଉଥିବାବେଳେ ରାଣିଗଡ ଜଳଭଣ୍ଡାର ନିକଟ ମୁସାପୁଟ ଠାରେ ୫ ଜଣ ଯୁବକ ଠେଙ୍ଗା ବାଡି ଧରି ଗାଡିକୁ ଅଟକାଇଥିଲେ। ପରେ ଗାଡି ମଧ୍ୟରେ ଥିବା କନ୍ୟା ପକ୍ଷଙ୍କ ନିକଟରେ ଥିବା ପ୍ରାୟ ୧୫ ଭରି ସୁନା ଓ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିଲେ । ଏନେଇ କୋରାପୁଟ ସଦର ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ୫ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଫେରାର ଥିବା ମାଷ୍ଟର ମାଇଣ୍ଡକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।


Comments are closed, but trackbacks and pingbacks are open.