କପା ବୋଝେଇ ଗାଡ଼ିକୁ ଜରିମାନା

Get real time updates directly on you device, subscribe now.

ଗୋଷାଣି, (ବି.ବି.ନୁ୍ୟଜ୍): ଏକ କପା ବୋଝେଇ ଗାଡ଼ିକୁ ଜରିମାନା ପ୍ରତିବାଦରେ ଲୋକେ ପରିବହନ ବିଭାଗର ଜଣେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅଟକ ରଖିଛନ୍ତି । ପରିବହନ ବିଭାଗ ମନଇଛା ଜରିମାନା ଆଦାୟ କରୁଥିବା ଅଭିଯୋଗ କରି ବିଜେପି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ଗୋଷାଣି ବ୍ଲକ୍ର ସାତମାଇଲ ଛକରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘଟଣା । ପରିବହନ ବିଭାଗ ଟ୍ରଫିକ୍ ଇନ୍ସପେକ୍ଟର ସାତମାଇଲ ଛକରେ ଗାଡ଼ି ମୋଟର ଯାଞ୍ଚ କରୁଥିଲେ । ଏ ସମୟରେ ସେହି ରାସ୍ତାଦେଇ ଯାଉଥିବା ଏକ କପା ବୋଝେଇ ଗାଡ଼ି (ଓଆର୧୩ଡି-୦୧୭୯) କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଏହାସହ ଓଭର ଲୋଡିଂ ଥିବା ଦର୍ଶାଇ ୨୦ ହଜାର ୫ ଶହ ଟଙ୍କାର ଜରିମାନା ଦେବାକୁ କହିଥିଲେ । ଏହାକୁ ସମ୍ପକ୍ତ ଚାଷୀ ବିରୋଧ କରିଥିଲେ । ତେବେ ଜରିମାନା ଦେବାକୁ ହିଁ ପଡ଼ିବ ବୋଲି ଟ୍ରାଫିକ ଇନ୍ସପେକ୍ଟର ଜିଦ୍ ଧରିଥିଲେ । ଅନ୍ୟପକ୍ଷେ ଜରିମାନା ନଦେବାକୁ ଜିଦ୍ ଧରିଥିଲେ ଚାଷୀ ବି.ଶ୍ରୀରାମୁଲୁ । ଏପରିକି ଏଭଳି ହେଲେ ସେ ବିଷ ଖାଇ ଆତ୍ମହତ୍ୟା କରିବେ ବୋଲି କହିବା ସହ ସାଙ୍ଗରେ ଧରିଥିବା କପା ଔଷଧ ଖାଇବାକୁ ଉଦ୍ୟମ କରୁଥିଲେ । ତେବେ ଏ ସମୟରେ ଉପସ୍ଥିତ ସ୍ଥାନୀୟ ଲୋକେ ଏଥିରୁ ନିବୃତ୍ତ କରାଇଥିଲେ । ଏହାସହ ଜଣେ ଚାଷୀଙ୍କ ଠାରୁ ଏଭଳି ମନଇଚ୍ଛା ଜରିମାନା ଆଦାୟର ପ୍ରତିବାଦ କରି ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର ମୁର୍ମୁଙ୍କୁ ସେଠାରେ ଥିବା ଏକ ହୋଟେଲରେ ଅଟକ ରଖିଥିଲେ । ତାଙ୍କ ସହ ଡ୍ରାଇଭର ଏବଂ ଗାର୍ଡକୁ ମଧ୍ୟ ଲୋକେ ଅଟକ ରଖିଥିଲେ । ଖବର ପରାଇ ଗୁରାଣ୍ଡି ଥାନାଧିକାରୀ ମୁକେଶ ଲାକ୍ରା ଏବଂ ପାରଳାଖେମୁଣ୍ଡି ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ଜେନା ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ସହ ଅଟକ ଥିବା ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ଟ୍ରାଫିକ ଇନ୍ସପେକ୍ଟର କହିଛନ୍ତି, ଯେହେତୁ ଗାଡ଼ିର ଦୁଇପଟକୁ କପା ଓ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons