କରୋନା ଗୀତ ଗାଇ ହରଡ଼ଘଣାରେ ପଡ଼ିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

Get real time updates directly on you device, subscribe now.

ଭୁବନେଶ୍ୱର : କରୋନା ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ଆଉ ଏହି ଶବ୍ଦଟି ମଧ୍ୟ ଏବେ ଖୁବ୍‌ ଭାଇରାଲ । ସବୁଠି ଖାଲି କରୋନା କରୋନା। ଦେଶ ସାରା ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଏଭଳି ଭିତରେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୀତକୁ ନେଇ ବିବାଦ ଘନେଇଛି ।
ସୂଚନା ମୁତାବକ , ଯେଉଁ ସମୟରେ କରୋନାକୁ ନେଇ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନର ସୂତ୍ର । ଲୋକେ ଖୁବ୍‌ ଭୀତତ୍ରସ୍ତରେ ଦିନ ବିତାଉଛନ୍ତି । ଗୋଟିଏ ପରେ ଗୋଟିଏ ଲୋକଙ୍କୁ କବଳିତ କରୁଛି କରୋନା ଭାଇରସ। ଆଉ ସେତିକି ବେଳେ ହ୍ୟୁମାନ ସାଗରଙ୍କ ଗୀତ ‘ଝିଅ ନୁହେଁ କୁ କରୋନା ଭାଇରସ’ ଗୀତକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଓଡ଼ିଶାର ନାମକରା ସଙ୍ଗୀତଜ୍ଞମାନେ ।
ସଙ୍ଗୀତଜ୍ଞ ସଂଗୀତା ଗୋସାଇଁ କହିଛନ୍ତି ଏହି ସମୟରେ ଏ ପ୍ରକାର ଗୀତ ନିନ୍ଦନୀୟ । ଏଭଳି ଗୀତ ଉଚିତ୍‌ ନଥିଲା ବୋଲି ମଧ୍ୟ କହିଛନ୍ତି ଆଉ ଜଣେ ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ପ୍ରଶାନ୍ତ ପାଢ଼ୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତକୁ ସର୍ବସମ୍ମୁଖରେ ବିରୋଧ କରିଛନ୍ତି ଏହି ସଙ୍ଗୀତଜ୍ଞମାନେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons