କରୋନା ଦାଉରୁ ଗରିବଙ୍କ ସାହାଯ୍ୟ ପାଇଁ ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବେ ସୌରଭ ଗାଙ୍ଗୁଲି

Get real time updates directly on you device, subscribe now.

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ଈଉଉଓ)ର ସଭାପତି ସୌରଭ ଗାଙ୍ଗୁଲି କୋଭିଡ୍-୧୯ ମହାମାରୀର ପ୍ରତିରୋଧ ପାଇଁ ଘୋଷିତ ଲକଡାଉନରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ ଗରିବଙ୍କୁ ୫୦ ଲକ୍ଷ ଟଙ୍କା ଚାଉଳ ଦାନ କରିବେ।
ପଶ୍ଚିମବଙ୍ଗ କ୍ରିକେଟ୍ ସଙ୍ଘ(ଉଇଈ)ର ବୟାନରେ ଘୋଷଣା କରାଯାଇଛି ଯେ, ଗାଙ୍ଗୁଲି ଲାଲ ବାବା ଚାଓ୍ଵଲଙ୍କ ସହିତ ମିଶି ସେହି ଲୋକଙ୍କୁ ଚାଉଳ ଯୋଗାଇ ଦେବେ, ଯେଉଁମାନଙ୍କୁ ସୁରକ୍ଷା କାରଣରୁ ସରକାରୀ ସ୍କୁଲରେ ରଖାଯାଇଛି।
କମ୍ପାନୀର ବୟାନ ଅନୁସାରେ, ଆଶା କରାଯାଉଛି ଗାଙ୍ଗୁଲିଙ୍କ ଏହି ପଦକ୍ଷେପରେ ରାଜ୍ୟର ଅନ୍ୟ ନାଗରିକଙ୍କୁ ମଧ୍ୟ ରାଜ୍ୟର ଲୋକଙ୍କ ସେବା କରିବା ପାଇଁ ପଦକ୍ଷେପ ଉଠାଇବାକୁ ପ୍ରେରଣା ମିଳିବ।
ଏହା ପୂର୍ବରୁ ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ(ସିଏବି) କରୋନା ଭୂତାଣୁର ମୁକାବିଲା ପାଇଁ ପଶ୍ଚିମବଙ୍ଗ ସରକାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ସିଏବି ଅଧ୍ୟକ୍ଷ ଅଭିଷେକ ଡାଲମିଆ ନିଜ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡରେ ଯୋଗଦାନ ଦେବାକୁ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons