କରୋନା ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ସ’ ମନ୍ତ୍ର : ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ବର: ଭୟଙ୍କର କରୋନା ଭାଇରସ୍‌ର ମୁକାବିଲା ତଥା ତାହାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ୩ ‘ସ’ ମନ୍ତ୍ର। ଏହି ମନ୍ତ୍ର ହେଲା ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ। ଏହା ହିଁ କରୋନାକୁ ରୋକିବ ବୋଲି ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ। କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ କାର୍ୟ୍ୟ ସଂପର୍କରେ ସୂଚନା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ସୁବ୍ରତ ବାଗଚୀ।
ସାମାଜିକା ଦୂରତା ଉପରେ ପୁଣିଥରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଙ୍ଗରୋଧ ହୋଇ ଘରେ ରହିବାକୁ ରହିବାକୁ ଆହ୍ବାନ କରିଥିବା କହିଛନ୍ତି ମୁଖପାତ୍ର। ତେବେ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟରେ କରୋନା ପଜିଟିଭ ବା କୋଭିଡ-୧୯ ପଜିଟିଭ୍ ଆକ୍ରାନ୍ତ ସଂଖ୍ୟା ବଢ଼ି ନଥିବା କହିଛନ୍ତି ସୁବ୍ରତ ବାଗଚୀ।
ରାଜ୍ୟରେ ୧୨୯ ଟେଷ୍ଟ ରିପୋର୍ଟରୁ ୨ ପଜିଟିଭ୍‌ ଆସିଛି। ତେବେ ୨ ଜଣ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୦୪ ନମ୍ବରରେ ୪,୦୧୫ ଜଣ ପଞ୍ଜିକରଣ କରିଥିବା ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି। ତେବେ ବିଶ୍ବ ତଥା ସାରା ଦେଶରେ କରୋନ ସଂକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇ ବାଗଚୀ କହିଛନ୍ତି, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୨ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧​‌ ​‌ରେ ପହଞ୍ଚିଛି। ସେହିପରି ସାରା ବିଶ୍ବରେ ବୁଧବାର ଅପରାହ୍ନ ୩ଟା ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୨ ହଜାର ୮୨୯ ଛୁଇଁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons