କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କନକ

Get real time updates directly on you device, subscribe now.

ପଦ୍ମପୁର: ଆଗଧାଡିÿର କରୋନା ଯୋଦ୍ଧା ଭାବେ ସେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କ ସେବା କରିଥିଲେ । ପ୍ରଥମ ପର୍ଯ୍ୟାୟରେ କରୋନା ତାଙ୍କ ପାଖ ମାଡିପାରି ନଥିଲା । ଶହ ଶହ ରୋଗୀଙ୍କୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ସେ ସେବା ଯୋଗାଇ ଆସୁଥିଲେ । କିନ୍ତୁ ଦ୍ୱିତୀୟ ଲହରରେ ନିଜେ କରୋନାରେ ଆକ୍ରାନ୍ତ ହୋଇଗଲେ । ଲୋକଙ୍କ ସେବା କରୁ କରୁ ନିଜେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଗଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଦୀର୍ଘ ୧୬ ଦିନ ସଂଗରୋଧରେ ରହି ଔଷଧ ସେବନ କରିବା ପରେ କରୋନାକୁ ହରାଇ ପାରିଛନ୍ତି । ସେଭଳି ଜଣେ ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର କନକ ଗରଡିଆ(୩୫) । କରୋନାକୁ ମାତ୍ ଦେବା ପରେ ପୁନର୍ବାର ଡୁ୍ୟଟିରେ ଯୋଗ ଦେଇଛନ୍ତି । ପୁଣିଥରେ ଲୋକଙ୍କୁ ସେବା ଯୋଗାଇବା ଆରମ୍ଭ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons