ଜୟପୁର: ରାଜସ୍ଥାନରେ ଗୋଟିଏ ଡେଲ୍ଟା ପ୍ଲସ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ୬୫ ବର୍ଷୀୟ ମହିଳା ଜଣକ ବିକାନେର ଜିଲ୍ଲାର ବାସିନ୍ଦା । ସବୁଠାରୁ ବଡକଥା ହେଉଛି ସେ ଦୁଇଡୋଜ ଟିକା ନେଇସାରିଛନ୍ତି ଏବଂ ଗତ ମେ’ରେ କରୋନାରୁ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟଲାଭ କରିସାରିଛନ୍ତି । ତା ସତ୍ତେ୍ୱ ମଧ୍ୟ ସେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ମେ ୩୧ରେ ତାଙ୍କ ନମୁନା ନିଆଯାଇ ପୁନେସ୍ଥିତ ଏନ୍ଆଇଭି (ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲଜି)କୁ ପଠାଯାଇଥିଲା । ୨୫ ଦିନ ପରେ ସେ ଡେଲ୍ଟା ପ୍ଲସ୍ରେ ସଂକ୍ରମିତ ଥିବା ରିପୋର୍ଟ ମିଳିଛି । ବିକାନେର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓପି ଚହର କହିଛନ୍ତି ଯେ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେ ରହୁଥିବା ଅଞ୍ଚଳର ସବୁ ଲୋକଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯିବାର ବ୍ୟବସ୍ଥା କରାଯାଇଛି । ତା’ଛଡା ଗତ ୧ ମାସ ଭିତରେ ସମ୍ପୃକ୍ତ ଅଞ୍ଚଳରେ ଯେତେଲୋକ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କ ଠାରୁ ପୁଣିଥରେ ନମୁନା ସଂଗ୍ରହ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Comments are closed, but trackbacks and pingbacks are open.