କରୋନାରେ ଅବସରପ୍ରାପ୍ତ ପ୍ରଫେସରଙ୍କ ଦେହାନ୍ତ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମ୍ବିଏ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପ୍ରଶାନ୍ତ କୁମାର ପାଢ଼ୀ (୬୪)ଙ୍କ ବୁଧବାର ମଧ୍ୟାହ୍ଣରେ ପାଟନା ଠାରେ ଏକ ଘରୋଇ ଡାକ୍ତରଖାନାରେ ବିୟୋଗ ଘଟିଛି । ସେ ପ୍ରାୟ ୪ ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଫେସର୍ ପାଢୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୯୮୭ ମସିହାରେ ଏମ୍ବିଏ ବିଭାଗ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ଇତି ମଧ୍ୟରେ ସେ ୪ ଥର ବିଭାଗୀୟ ମୁଖ୍ୟ, ସିଣ୍ଡିକେଟ୍ ସଭ୍ୟ, ପିଜି କାଉନ୍ସିଲ ଅଧ୍ୟକ୍ଷ, ହଷ୍ଟେଲ ୱାର୍ଡନ୍, ଗ୍ରନ୍ଥାଗାରର ଅଫିସର୍ ଇନ୍ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୭ରେ ଅବସର ଗ୍ରହଣ ପରେ ପାଟନାସ୍ଥିତ ବ୍ୟବସାୟ ମ୍ୟାନେଜମେଣ୍ଟ ପରିଚାଳନା ଶିକ୍ଷା ଅନୁÂାନ (ଆଇଆଇଏସ୍ଏମ୍) ନିଦେ୍ର୍ଧଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଅନ୍ତିମ ଶଯ୍ୟା ପାଖରେ ଧର୍ମପନôୀ ଓ ଝିଅ ଉପସ୍ଥିତ ଥିଲେ । ଜଣେ ମେଳାପୀ, ଧର୍ମପରାୟଣ, ଛାତ୍ରବତ୍ସଳ, କର୍ମଠ ଶିକ୍ଷାବିତ୍ ଭାବେ ପରିଚିତ ଥିଲେ । ମୃତୁ୍ୟ ଖବର ପାଇବା ପରେ ଜଣାଶୁଣା ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons