କରୋନାରେ ଚାଲିଗଲେ ଯୁବ ଡାକ୍ତରଙ୍କ

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ୍): କୋଭିଡ଼୍ ଦାୟିତ୍ୱରେ ରହି ରୋଗୀ ସେବା କରୁ କରୁ ନିଜେ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି ଅନ୍ୟତମ କରୋନା ଯୋଦ୍ଧା ଚାଳଗଡ଼ ଗ୍ରାମର ଯୁବ ଡାକ୍ତର ବିଶ୍ୱନାଥ ରାଉତ (୪୦) । ଜଣେ ଯୁବ ଓ ଦକ୍ଷ ଡାକ୍ତର ଭାବରେ ବେଶ୍ ସୁନାମ ଅର୍ଜନ କରିଥିବା ଡା. ରାଉତଙ୍କ ଅକାଳ ବିୟୋଗରେ ତାଳଚେର ଚାଳଗଡ଼ ସମେତ ବୌଦ୍ଧ, ହିନେ୍ଦାଳ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଡା. ରାଉତ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଘଣ୍ଟାପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ରମେଶ ଚନ୍ଦ୍ର ରାଉତଙ୍କ ସୁପୁତ୍ର ବିଶ୍ୱନାଥ ପ୍ରଥମେ ହିନେ୍ଦାଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ହୃଦୟ ଜିଣିପାରିଥିଲେ । ବୌଦ୍ଧ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଗତ ଅଗଷ୍ଟ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ । ସେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଫୁସ୍ଫୁସ୍ ସଂକ୍ରମଣଜନିତ ଅସୁସ୍ଥ ହୋଇପଡ଼ିଥିଲେ । ତେଣୁ ତାଙ୍କୁ ଗତମାସରେ ଏୟାର୍ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । କରୋନାକୁ ପରାସ୍ତ କରିଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲେ ଡା. ରାଉତ । ଆଜି ଅପରାହ୍ଣ ଗୋଟାଏ ବେଳେ ମରଶରୀର ଜନ୍ମମାଟି ଚାଳଗଡ଼ ଗ୍ରାମରେ ପହଞ୍ଚି ଥିଲା । ଏକ ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଡେପୁଟି କଲେକ୍ଟର ସଞ୍ଜୟ କୁମାର ବେହେରା, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ତାଳଚେର ପୁଲିସ ପ୍ରଶାସନ, ବୌଦ୍ଧ ଜିଲ୍ଲାର ଡାକ୍ତରଙ୍କ ସହିତ କର୍ମଚାରୀ, ଅନୁଗୋଳ ଚିକିତ୍ସାଳୟର ଡାକ୍ତର, କର୍ମଚାରୀ, ହିନେ୍ଦାଳ ଉପଖଣ୍ଡର ଡାକ୍ତର, କର୍ମଚାରୀଙ୍କ ସମେତ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅପରାହ୍ନ ପ୍ରାୟ ୨ଟା ବେଳେ ଜିଲ୍ଲା ପୁଲିସ ପ୍ରଶାସନ ଓ ବୌଦ୍ଧ ଜିଲ୍ଲାପାଳଙ୍କ ପକ୍ଷରୁ ସର୍ବଶ୍ରେÂ ସମ୍ମାନ ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସ୍ୱର୍ଗତ ରାଉତଙ୍କ ମା’, ଧର୍ମପନôୀ ଓ ୬ ବର୍ଷର ପୁଅ ରହିଛନ୍ତି । ନିକଟରେ ତାଙ୍କର ସମ୍ପର୍କୀୟ ଦାଦା ଭାଗିରଥୀ ରାଉତଙ୍କର ମଧ୍ୟ ଅକାଳ ବିୟୋଗ ଘଟିଥିଲା । ଡା. ରାଉତ ଅନୁଗୁଳର ପ୍ରତିÂିତ ବ୍ୟବସାୟୀ ଶ୍ୱେତବ୍ରତ ସ୍ୱାଇଁଙ୍କ ଜାମାତା ଅଟନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons