ଲକ୍ଷେ୍ନø: ଉତ୍ତରପ୍ରଦେଶର ଜଣେ ପୁଲିସ ଇନ୍ସପେକ୍ଟର କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଇନ୍ଦ୍ରଜିତ ସିଂହ ଭଦୌରିଆ (୪୭) ଏବଂ ସେ ଉନ୍ନାଓ ଜିଲ୍ଲାର ବାସିନ୍ଦା । ଶାହାଜାହାନପୁର ଜିଲ୍ଲା ଆଲ୍ଲାହାଗଞ୍ଜ ଥାନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ୨ ଥର ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତୃତୀୟ ଥର ପଜିଟିଭ୍ ଆସିଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ । ସୂଚନା ଅନୁସାରେ ଭଦୌରିଆ ଜୁଲାଇ ୨୨ ତାରିଖରେ ମିରଟରେ ଆୟୋଜିତ ଏକ ପୁଲିସ ଟ୍ରେନିଂରେ ସାମିଲ ହୋଇଥିଲେ । ସେଠାରୁ ଫେରିବାର ଦିନକ ପରେ ଅର୍ଥାତ ଜୁଲାଇ ୨୩ରେ ଥଣ୍ଡାଜ୍ୱର ଓ କାଶରେ ପୀଡିତ ହୋଇପଡିଥିଲେ । ସେହିଦିନ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ର୍ୟାପିଡ ଆଣ୍ଟିଜେନ ଟେଷ୍ଟରୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଘରେ ରହିବା ଭିତରେ ତାଙ୍କର ଜ୍ୱର ଓ ଥଣ୍ଡା କମି ନଥିଲା । ଶରୀର ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜୁଲାଇ ୩୧ରେ ପୁଣିଥରେ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା । ଏଥରକ ସେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଦେହ ଅଧିକ ଖରାପ ହୋଇପଡିବାରୁ ଅଗଷ୍ଟ ୧ ତାରିଖରେ ତାଙ୍କୁ ଲକ୍ଷେ୍ନøର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କରୋନା ଟେଷ୍ଟ କରାଯିବା ପରେ ତାହା ପଜିଟିଭ ବାହାରିଥିଲା । ହେଲେ ସେତେବେଳକୁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇସାରିଥିଲା । ଅଗଷ୍ଟ ୪ ତାରିଖରେ ସେଠାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାତ୍ର ଗୋଟିଏ ଦିନ ଭେଣ୍ଟିଲେଟରରେ ସେ ରହିଥିଲେ । ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଡାକ୍ତରଙ୍କ ଚେଷ୍ଟା ସତ୍ତେ୍ୱ ସେ ପ୍ରାଣ ହରାଇଥିଲେ ।
Comments are closed, but trackbacks and pingbacks are open.