ବାଲେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ଅରୁଣ ଦେ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ଦେ’ଙ୍କୁ ଦୁଇଦିନ ପୂର୍ବରୁ କାଶ ହୋଇଥିଲା । ଶୁକ୍ରବାର ତାଙ୍କୁ ଜ୍ୱର ହୋଇଥିଲା । ପରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଏକ ଡାକ୍ତର ଟିମ୍ ତାଙ୍କ ଘରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଥିବା ଜଣାପଡ଼ିଥିଲା । ପରେ ଡାକ୍ତର ଟିମ୍ ତାଙ୍କ କୋଭିଡ୍ ପରୀକ୍ଷା କରିଥିଲେ । ପରୀକ୍ଷାରେ ପଜିଟିଭ ରିପୋର୍ଟ ଆସିଥିଲା । ଏହି ରିପୋର୍ଟ ଆସିବା ପରେ ତାଙ୍କୁ ଅପରାହ୍ନରେ ଭୁବେନଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.