କରୋନା ଆକ୍ରାନ୍ତ ଯୁବତୀଙ୍କୁ ନେଇ ଉତ୍ତେଜନା

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ଜଣେ କରୋନା ପଜିଟିଭ୍ ଚିହ୍ନଟ ଯୁବତୀଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଯୁବତୀଙ୍କ ଘର ସମ୍ମୁଖରେକୌଣସି ଷ୍ଟିକର ଳଗା ଯାଇ ନଥିବା ବେଳେସେ ହୋମ୍ କ୍ୱାରେଣ୍ଟାଇନ୍ରେ ନ ରହି ପରିବାର ଲୋକଙ୍କ ସହ ମିଳାମିଶା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରତିବାଦରେ ସେମାନେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍ଷ୍ଟାଣ୍ଡ ସମ୍ମୁଖରେ ଧାରଣାରେ ବସିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ଯୁବତୀ ଜଣକ ଦିଲ୍ଲୀରୁ ଫେରିଥିଲେ । ସେହି ଦିନ ହିଁ ତାଙ୍କ ସ୍ୱାବ ପରୀକ୍ଷା ଲାଗି ପଠାଯାଇଥିବା ବେଳେ ଗତ ୨୩ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ଯୁବତୀ ଜଣଙ୍କ ନିୟମ ଅନୁସାରେ ସ୍କୁଲ କ୍ୱାରେଣ୍ଟାଇନ୍ରେ ନ ରହି ଘରେ ରହି ପରିବାର ଲୋକଙ୍କ ସହ ମିଳାମିଶା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯୁବତୀଜଣକ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସରପଞ୍ଚ କହୁଥିବା ବେଳେ ଗାଁ ଲୋକେ କିନ୍ତୁ ଏହା ମାନିବାକୁ ନାରାଜ । ପ୍ରତିବାଦରେ ସେମାନେ ଗତ ରାତିରେ ବସ୍ଷ୍ଟାଣ୍ଡ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇର୍ ଲୋଇସିଂହା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା । ଅନ୍ୟପଟେ ସମସ୍ତ ଅଭିଯୋଗକୁ ଭରସୁଜା ସରପଞ୍ଚ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons