ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସଚେତନତା ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘କରୋନା ସମୟରେ କାର୍ଯ୍ୟଶୈଳୀ’ ଶୀର୍ଷକ ୱେବିନାରରେ ଯୋଗଦେଇ ଆଗାମୀ ଦିନରେ କରୋନା ଚାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱରେ କରୋନା ମହାମାରୀ ଦୃଶ୍ୟପଟ୍ଟରେ କାର୍ଯ୍ୟର ରୂପରେଖ ବଦଳିଛି । ଏହି ଆହ୍ୱାନମୂଳକ ସମୟରେ ସମସ୍ତଙ୍କୁ ମିଳିମିଶି କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି । କରୋନା ସଚେତନତା ବାର୍ତ୍ତା ତଳରୁ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନିରନ୍ତର ପ୍ରସ୍ତୁତି କରିବାକୁ ହେବ । ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବାକୁ ହେବ ।
ରାଷ୍ଟ୍ର ଇସ୍ପାତ୍ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହି ଅବସରରେ କରୋନା ମୁକାବିଲାରେ ଇସ୍ପାତ୍ ସିପିଏସ୍ଇର ଭୂମିକା ଆଲୋକପାତ କରି କହିଥିଲେ, କରୋନା ସମୟରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନତା କରିବାର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସାଂପ୍ରତିକ ସମୟରେ ଗ୍ରାମୀଣ ଅଂଚଳରେ ବସବାସ କରୁଥିବା ବିଶେଷକରି ଜନଜାତିଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ସଚେତନତା କରିବା ଦରକାର ବୋଲି ଶ୍ରୀ କୁଲସ୍ତେ କହିଛନ୍ତି ।
କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଏମ୍ସର ନିଦେ୍ର୍ଧଶକ ଡା. ଋଣଦୀପ ଗୁଲେରିଆ କହିଛନ୍ତି କରୋନା ଭାଇରସ ମାନବ ଜାତି ପାଇଁ ନୂଆ ଅଟେ । ତେଣୁ ଲୋକଙ୍କୁ କୋରନା ମହାମାରୀ ପ୍ରତି ଯଥେଷ୍ଟ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଆଗାମୀ କିଛି ଦିନ ଧରି ସମସ୍ତଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନର କାର୍ଯ୍ୟଶୈଳୀ ସହ ବଞ୍ଚିବାକୁ ପଡ଼ିବ ।
ଡା. ଗୁଲେରିଆ କହିଛନ୍ତି, ଲୋକମାନେ କରୋନା ଲକ୍ଷଣ ଅନୁଭବ କରୁଥିଲେ ନିଜକୁ ସଂଗରୋଧ କରିବା ଜରୁରି । କାମ କରୁଥିବା ସ୍ଥାନ କିମ୍ବା ରହୁଥିବା ସ୍ଥାନରେ ଭେଂଟିଲେସନ ବା ବାୟୁ ଚଳପ୍ରଚଳ ଠିକ୍ ଭାବେ ହେବା ଦରକାର । କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ପାଇଁ ଭାରତ ସମେତ ବିଶ୍ୱର ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଲୋକମାନେ ଭୟଭୀତ ନହୋଇ କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ଡା. ଗୁଲେରିଆ ମତପୋଷଣ କରିଛନ୍ତି ।
ଏହି ୱେବିନାର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଳାୟର ବରିÂ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଏମ୍ଡିଏନ୍ଆଇୱାଇ ଓ ଇସ୍ପାତ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.