କରୋନା ଡର, ଶବ ଉଠାଇଲେନି ସାହି ଲୋକ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଡର । ସାହି ପଡେ଼ାଶୀ ଶବ ଉଠାଇବାକୁ ପଛଘୁଞ୍ଚା ଦେଉଛନ୍ତି । ସ୍ୱାଭାବିକ ମୃତୁ୍ୟ ହୋଇଥିବା ସତ୍ତେ୍ୱ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସଂକ୍ରମଣ ଭୟରେ ପାଖ ମାଡ଼ିଲେନି । ଏମିତି ଏକ ଘଟଣା ଆଜି ଫୁଲବାଣୀ ସହର ମାଷ୍ଟରପଡ଼ା ଅଞ୍ଚଳରେ ଘଟିଛି । ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । କରୋନା ସଂକ୍ରମଣ ଭୟରେ ସାହି ପଡେ଼ାଶୀ କାନ୍ଧ ଦେବାକୁ ଆସିଲେ ନାହିଁ । ଫଳରେ ପ୍ରଶାସନ ସହଯୋଗରେ ପରିବାର ଲୋକ ଶବ ସକ୍ରାର କଲେ । ସୂଚନା ଅନୁଯାୟୀ ମାଷ୍ଟରପଡ଼ାର ଜଣେ ୩୫ ବର୍ଷୀୟ ଫୁଲବାଣୀ ଆଇଟିଆଇରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ବର୍ଷକ ତଳେ ସେ ବିବାହ କରିଥିଲେ । କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା । ସପ୍ତାହ ତଳେ ତାଙ୍କ ପନôୀ ଓ ଭାଇଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥଲା । ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଆଜି ଭୋର ୪ଟାରେ ବିଭୂଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ତାଙ୍କ ପନôୀ ଓ ଭାଇ କୋଭିଡ୍ କେୟାର ସେଣ୍ଟରରୁ ଘରକୁ ଆସିଥିଲେ । ପନôୀ ଓ ଭାଇ କରୋନା ପଜିଟିଭ୍ ଅଛନ୍ତି । ସେମାନେ ଘରକୁ ଆସିଥିବାରୁ ସଂକ୍ରମଣ ଭୟରେ ସାହି ପଡେ଼ାଶୀ କେହି ଶବ କାନେ୍ଧଇବାକୁ ଆସିଲେନି । ଦୀର୍ଘ ସମୟ ଶବ ଘରେ ପଡ଼ି ରହିଥିଲା । ଖବର ପାଇ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ତହସିଲଦାର ଦୀନମଣି ନାୟକ ଓ ପୌର କାର୍ଯ୍ୟନିର୍ବହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ସେଠାରେ ପହଞ୍ଚି ପରିସ୍ଥିତ ଅନୁଧ୍ୟାନ କରିଥିଲେ । ପରେ ପୌର କର୍ମଚାରୀ, ଆଇଟିଆଇ ଷ୍ଟାଫ ଓ ଟିମ୍ ହୁ୍ୟମାନିଟିର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ଶବ ଉଠାଇ ଗାଡ଼ିରେ ଶ୍ମଶାନକୁ ନେଇଥିଲେ । ସେଠାରେ ପରିବାର ଲୋକଙ୍କ ସହଯୋଗରେ ଶବ ସକ୍ରାର ହୋଇଥିଲା । ଏଥିସହ ଅଗ୍ନିଶମ ବାହିନୀ ମୃତକଙ୍କ ଘର ସାନିଟାଇଜ୍ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons