ବଲାଙ୍ଗୀର:ପୁଣି ଜଣେ କୋଭିଡ ଯୋଦ୍ଧାଙ୍କୁ ଜୀବନ ନେଲା କରୋନା । ବଲାଙ୍ଗିର ଡି.ଏସ.ପି.(ଏଚ୍.ଆର୍.ପି.ସି.) ଶେଷଦେବ ବରିହାଙ୍କ ଦେହାନ୍ତ ହୋଇଛି । ସ୍ବର୍ଗତ ବରୀହା ଦୀର୍ଘ ଦିନ ଧରି କରୋନା ରେ ଆକ୍ରାନ୍ତ ଥିବା ବେଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଯାଇଛି । ତେବେ ଆଜି ବଲାଂଗୀର ସ୍ଥାନୀୟ ମନୋହରପୁର ପୋଲିସ୍ ଗ୍ରାଉଣ୍ଡରେ ଦିବଙ୍ଗତ କୋଭିଡ ଯୋଦ୍ଧା ଶେଷଦେବ ବରିହାଙ୍କୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ଶହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏଥିରେ ବଲାଂଗୀର ଜିଲ୍ଲାପାଳ , ବରଗଡ ଏସପି, ବିଭିନ୍ନ ଥାନା ଅଧିକାରୀ ଙ୍କ ସହ ତାଙ୍କପାରିବାର ର ସଦସ୍ୟ ଉପସ୍ଥିତ ଥିଲେ। ତେବେ ପୂର୍ବ ରୁ ସେ ବଲାଂଗୀର ଜିଲ୍ଲା ର ତୁଷୁରା ଥାନା ଅଧିକାରୀ ସହ ବଲାଂଗୀର ପଟଣାଗଡ଼ ରେ ଏସ୍ଡିପିଓ ଭାବରେ କାର୍ୟ୍ୟକରିଛନ୍ତି ପରେ ତାଙ୍କୁ ଏଚ ଆର ପିସି ଡ଼ିଏସପି ଭାବରେ ବଲାଂଗୀର ହେଡକୁଅଟର ରେ କାଯ୍ୟରତ ପରେ ବଦଳି ହୋଇଥିଲା । ତେବେ ତାଙ୍କ କଯ୍ୟଦକ୍ଷତା କୁ ନେଇ ସମସ୍ତେ ତାଙ୍କୁ ମନେ ପକାଉଥିବା ବେଳେ ତାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି।
ରିପୋର୍ଟ: ଗୁପ୍ତେଶ୍ୱର ପୁଷ୍ଟି
Comments are closed, but trackbacks and pingbacks are open.