କରୋନା ନେଲା ଡାକ୍ତରଙ୍କ ଜୀବନ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ): ଆଉ ଜଣେ କରୋନା ଯୋଦ୍ଧାଙ୍କ ପରଲୋକ ଘଟିଛି । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଶିଶିରକାନ୍ତ ସାବତ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ପ୍ରାଣ ହରାଇଛନ୍ତି । ଏହି ସୂଚନା ଦେଇଛନ୍ତି ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ । ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡା. ସାବତ କିଛିଦିନ ଧରି ଅସୁସ୍ଥତା ଅନୁଭବ କରିବାରୁ ହସ୍ପିଟାଲ୍ ଆଇସୋଲେସନ୍ ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ କରୋନା ଟେଷ୍ଟିଂ କରାଯାଇଥିଲା । ଗତ ୧୪ ତାରିଖରେ ସେ ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା । ଆଇସୋଲେସନ୍ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ବୁଧବାର ସନ୍ଧ୍ୟାରେ ତାଙ୍କ ବିୟୋଗ ଘଟିଛି ।
ଏହି ଖବର ଶୁଣି ଡାକ୍ତରଖାନା କର୍ମଚାରୀମାନେ ସ୍ତବ୍ଧ ହୋଇଯାଇଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ମଧ୍ୟ ସେଠାକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପଚାରି ବୁଝିଥିଲେ । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଡାକ୍ତରଙ୍କ ମୃତଦେହକୁ ଶବଗୃହରେ ସୁରକ୍ଷିତ ରଖାଯାଇଛି । ଗୁରୁବାର ମୃତଦେହକୁ ଗାର୍ଡ ଅଫ୍ ଅନର୍ ପ୍ରଦାନ ସାଙ୍ଗକୁ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ସୁପରିଣ୍ଟେଣ୍ଡେଣ୍ଟ ଡା. ଶପତଥୀ । ଡା. ଶିଶିରକାନ୍ତ ସାବତ ଦୀର୍ଘଦିନ ଧରି ଗାଲେରୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିଥିଲେ । ସେଠାରେ ସେ ମେଡିକାଲ ଅଫିସର୍ ଭାବେ ମଧ୍ୟ ବହୁ ବର୍ଷ ଦାୟିତ୍ୱରେ ରହିଥିଲେ । ପରେ ତାଙ୍କର ଭଞ୍ଜନଗର ସବ୍ଡିଭିଜନ୍ ହସ୍ପିଟାଲ୍କୁ ବଦଳି ହୋଇଥିଲା । ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ମଧ୍ୟ ଡାକ୍ତର ସାବତ ରୋଗୀ ଚିକିତ୍ସାରେ କେବେବି ଅବହେଳା କରିନଥିଲେ । ଗତ କରୋନା କାଳରେ ନିୟମିତ ଭାବେ ଆଉଟ୍ଡୋରରେ ରୋଗୀ ସେବା ଚାଲୁ ରଖିଥିଲେ ।
ଉଲ୍ଲେଖଯୋଗ୍ୟ ଯେ- ଗଞ୍ଜାମ ଜିଲ୍ଲାରେ କରୋନା ହେତୁ ୨୩୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ଘଟିଥିବା ବେଳେ ଅବଶିଷ୍ଟ ୮ ଜଣ ସଂକ୍ରମିତଙ୍କ ଅନ୍ୟ ରୋଗରେ ଜୀବନ ଗଲାଣି । ଏଥିମଧ୍ୟରୁ ପ୍ରାୟ ୩୫ରୁ ଊଦ୍ଧ୍ୱର୍ କୋଭିଡ୍ ଯୋଦ୍ଧା ବି ରହିଛନ୍ତି । ସେଥିରୁ ଅନେକ ଶିକ୍ଷକ, ପୁଲିସ ଅଧିକାରୀ ଓ କର୍ମଚାରୀ, ଅଙ୍ଗନବାଡି କର୍ମୀ ଓ ସୁପର୍ଭାଇଜର୍, ସହକାରୀ ଯନ୍ତ୍ରୀ ଓ କନିÂ ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ ଓ କର୍ମଚାରୀ, ଫାର୍ମାସିଷ୍ଟ ଏବଂ ସରପଞ୍ଚଙ୍କ ବିୟୋଗ ଘଟିଥିଲା । ଏଥିପୂର୍ବରୁ ଜିଲ୍ଲାରେ ଆଉ ଜଣେ ଡାକ୍ତର ତଥା ପୁରୁଷୋତ୍ତମପୁର ବ୍ଲକ୍ ଭାଟକୁମରଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ୍ ଅଫିସର୍ ଇନ୍ଚାର୍ଜ ବି.କ୍ରିଷ୍ଣାଙ୍କ ଗତ ଅଗଷ୍ଟ ୧୬ ତାରିଖରେ ମୃତୁ୍ୟ ଘଟିଥିଲା । ଏବେ ଡାକ୍ତର ଶତପଥୀ ସାବତ ଯେଉଁଠି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିଲେ ସେଠି ହିଁ ତାଙ୍କର ବିୟୋଗ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons