ଭଦ୍ରକ,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣଟରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ଦାବିରେ ଅଡି ବସିଛନ୍ତି ପ୍ରବାସୀ । ଫଳରେ ଆକ୍ରାନ୍ତଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଫେରି ଯାଇଛି । ଏପରି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମହୁରା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଘଟିଛି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୩୫ ଜଣ ଅନ୍ତେବାସୀ ରହୁଛନ୍ତି । ଗତକାଲି ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନେବାକୁ ଆଜି ଏକ ଆମ୍ବୁଲାନ୍ସ ଆସିଥିଲା । ହେଲେ ସେଣ୍ଟରରେ ଥିବା ଅନ୍ୟ ଅନ୍ତେବାସୀମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଅଡି ବସିଥିଲେ । ଏମିତି ପଜିଟିଭ୍ ରୋଗୀଙ୍କୁ ଡାକ୍ତରଖାନା ଛାଡ଼ି ନଥିଲେ । ଫଳରେ ଆମ୍ବୁଲାନ୍ସ ରୋଗୀଙ୍କୁ ନ ନେଇ ଫେରିଯାଇଛି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉତ୍ତେଜନା ଖବର ପାଇଁ ଧାମନଗର ପୋଲିସ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରୁଛି ।
Comments are closed, but trackbacks and pingbacks are open.