କରୋନା ମୁକାବିଲା:ଶିକ୍ଷକ ଜଗିଲେ ରେଳଷ୍ଟେସନ

Get real time updates directly on you device, subscribe now.

ଲାଞ୍ଜିଗଡ଼,(ବି.ବି.ନୁ୍ୟଜ୍): କରୋନାର ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦାଦନ ପ୍ରବଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି । କରୋନା ଭୟରେ ଘରମୁହାଁ ହୋଇଥିବା ଦାଦନଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ଲକ୍ ଶିକ୍ଷା ବିଭାଗ ରେଳ ଷ୍ଟେସନରେ ଶିକ୍ଷକଙ୍କୁ ମୁତୟନ କରିଛି । ଏହି ଶିକ୍ଷକମାନେ ଷ୍ଟେସରେ ରହି ଦାଦନଙ୍କ ତଥ୍ୟ ସଂଗ୍ରହ କରି ବ୍ଲକ୍ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିବେ ।
ପ୍ରକାଶ ସେ କରୋନା ଆତଙ୍କକୁ ଦୃଷ୍ଟିରେ ରଖି ସାରା ଦେଶରେ କଳ କାରଖାନା, ସପିଙ୍ଗ୍ ମଲ୍, ସିନେମା ହଲ୍ ସବୁ ବନ୍ଦ ପାଇଁ ସରକାରଙ୍କ କଡ଼ା ନିଦେ୍ର୍ଧଶ ଜାରି କରିଛନ୍ତି । ଏଭଳି ସ୍ଥିତିରେ ଏବେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକଙ୍କ ଘରବାହୁଡ଼ା ଆରମ୍ଭ ହୋଇଯାଇଛି । ବିଶେଷ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶ୍ରମିକମାନେ ଶହ ଶହ ସଂଖ୍ୟାରେ ବାହାର ରାଜ୍ୟକୁ ଯାଇ କାମ କରୁଥିବାବେଳେ କରୋନା ଆତଙ୍କ ପରେ ବିଭିନ୍ନ ଟ୍ରେନରେ ଘରକୁ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ଶିକ୍ଷାଧିକାରୀ ସଞ୍ଜିବ ନାଏକଙ୍କ ନିଦେ୍ର୍ଧଶରେ ଶିକ୍ଷକମାନେ ଅମ୍ବାଦୋଳା ଷ୍ଟେସନକୁ ଯାଇ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons