କରୋନା ମୃତକଙ୍କ ଶବଦାହକୁ ବିରୋଧ, ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

Get real time updates directly on you device, subscribe now.

ବାରିପଦା : କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ଶ୍ମଶାନରେ ଶବ ଦାହକୁ ନେଇ ବିରୋଧ ।ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ ।
ସୂଚନା ଅନୁସାରେ ବାରିପଦା ଓ୍ବାର୍ଡ ନଂ ୨୨ ରଘୁନାଥପୁରଠାରେ ମ୍ୟୁନିସିପାଲିଟି ପକ୍ଷରୁ ଏକ ନୂତନ ଶ୍ମଶାନର ବ୍ୟବସ୍ଥା କରାଯାଇଛି । ସେଠରେ କରୋନାରେ ମୃତ୍ୟୁ ହେଉଥିବା ଲୋକଙ୍କ ଶବଦାହ କରାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶବଦାହ ବେଳେ ଉଠୁଥିବା ଧୂଆଁ ଓ ପାଉଁଶ ସେହି ଶ୍ମଶାନର ଆଖପାଖ ଲୋକଙ୍କ ସଂସ୍ପର୍ଶରେ ଅସୁଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି ।
ବୁଧବାର ସକାଳେ ସେଠାରେ ଏକ ଶବଦାହ ବେଳେ ଶତାଧିକ ଅଞ୍ଚଳବାସୀ ଶ୍ମଶାନ ପାଖକୁ ଆସି ଶବଦାହ ବନ୍ଦ କରିବା ଲାଗି ଦାବି କରିବା ସହିତ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବାରିପଦା ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ ପ୍ରଶାସନ ସହିତ ଆଲୋଚନା ପରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons