କରୋନା ଯୋଦ୍ଧାଙ୍କୁ ଆକ୍ରମଣ

Get real time updates directly on you device, subscribe now.

ମହାକାଳପଡା,(ବି.ବି.ନୁ୍ୟଜ୍): କରୋନା କଟକଣା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ କରୋନା ଭଳି ମହାମାରୀକୁ ମୁକାବିଲା କରିବାକୁ ରାଜ୍ୟ ସରକାର କରିଥିବା ନିୟମକୁ ସମସ୍ତେ ପାଳନ କରିବାକୁ ରାଜ୍ୟ ସରକାର ନିବେଦନ କରିଥିଲେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନେବାକୁ ସରକାରଙ୍କର କଡ଼ା ନିୟମ ଅଛି । ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ୱାଡର଼୍ ସଭ୍ୟସଭ୍ୟାଙ୍କ ଏଥିରେ ଗୁରୁଦାୟିତ୍ୱ ରହିଛି । କିନ୍ତୁ ଜଣେ ମହିଳା ୱାଡର଼୍ ସଭ୍ୟା ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେବାକୁ ଯାଇ କିଭଳି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୁଅନ୍ତି ଯାହାର ସ୍ପଷ୍ଟ ଚିତ୍ର ବଳିପାଳ ପଞ୍ଚାୟତ ଅନ୍ଦୁଳି ଗ୍ରାମରେ ଦେଖିବାକୁ ମିଳିଛି । ଅନ୍ଦୁଳି ଗ୍ରାମର ୨ ନମ୍ୱର ୱାଡର଼୍ ସଭ୍ୟା ରଞ୍ଜିତା ମଲ୍ଲିକ ଏ ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି ।
ରଞ୍ଜିତାଙ୍କ ଅଭିଯୋଗ ହେଉଛି ସରପଞ୍ଚଙ୍କ ପରାମର୍ଶ କ୍ରମେ ଗ୍ରାମରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆମେ ଲୋକଙ୍କୁ ବୁଝାଉଛୁ । କିନ୍ତୁ ଗ୍ରାମର କିଛି ଲୋକ ବାରମ୍ୱାର ଏକାଠି ହୋଇ ତାସ୍‍ ଖେଳୁଛନ୍ତି । ଏ ନେଇ ଆମେ ସେମାନଙ୍କୁ ଗତକାଲି ବୁଝାଇବା ସହ ଏ କାର୍ଯ୍ୟ ନକରିବାକୁ ପ୍ରତିବାଦ କରିବାରୁ ମୋତେ ସେମାନେ ଖରାପ ବ୍ୟବହାର କରି ଗାଳିଗୁଲଜ କରି ମାର୍ଧର କରିଥିଲେ । ମୋତେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସମୟରେ ମୋ’ ପୁଅ ମନୋଜ ମଲ୍ଲିକ ଏହାକୁ ଦେଖି ଆସି ଉଦ୍ଧାର କରିବାକୁ ଯାଇ ଘଟଣା ସ୍ଥଳରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛି । ମନୋଜଙ୍କ ମୁଣ୍ଡରେ ଦୁର୍ବୃତ୍ତ ମାନେ ଥଣ୍ଡା ପାନୀୟ ବୋତଲରେ ଶକ୍ତ ପାହାର ଦେଇଥିଲେ ବୋଲି ରଞ୍ଜିତା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons