କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କଲେ ଏସ୍.ପି

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ଫୁଲବାଣୀ ପୌର ପରିଷଦରେ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା ଫଳରେ ସମଗ୍ର ଅଞ୍ଚଳରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୌର ପରିଷଦର ବିଭିନ୍ନ ଅଞ୍ଚଳରେ ପୁଲିସ କର୍ମଚାରୀମାନେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି । କନ୍ଧମାଳର ନୂଆ ଏସ୍.ପି ଭିନିତ୍ ଅଗ୍ରୱାଲା କଣ୍ଟେନ୍ମେଣ୍ଟ୍ ଜୋନ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବୁଲି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନଙ୍କୁ ଉତ୍ସାହିତ କରିଛନ୍ତି । ସେ କର୍ମଚାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ମଧ୍ୟ ସାମିଲ୍ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons