କରୋନା ଯୋଦ୍ଧାଙ୍କ ତଣ୍ଟିଚିପି ମାରି ଦେବାକୁ ଉଦ୍ୟମ: ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ

Get real time updates directly on you device, subscribe now.

ମହାକାଳପଡା: ମହାମାରୀ କରୋନା ମୁକାବିଲା ପାଇଁ ଗ୍ରାମାଞ୍ଚଳ ଗୁଡିକରେ ରାତିଦିନ ଏକ କରି ଜୀବନକୁ ବାଜି ଲଗାଇ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ। ରାମନଗର ସର୍କଲରେ ଗତ ୪ ତାରିଖ ଦିନ କରୋନା ସଚେତନତା ସର୍ମ୍ପକୀତ ବୈଠକ ଚାଲିଥିବା ବେଳେ ଅନିତା ମଣ୍ଡଳ ଏବଂ ତାଙ୍କ ସ୍ବାମୀ ବିଷ୍ଣୁ କାମଳିଆ (ହର) ଅସଭ୍ୟ ଭାଷାରେ ଗାଳି ଗୁଲଜ ଆରମ୍ଭ କରିଥିଲେ । ଏହାକୁ ନେଇ ଅଙ୍ଗନବାଡି କର୍ମୀମାନେ ଜମ୍ବୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ପରଦିନ ବିଳମ୍ବିତ ରାତିରେ ଅଙ୍ଗନବାଡି କର୍ମୀ ପ୍ରୀତିକା ପ୍ରିୟଦର୍ଶନୀ ପରିଡାଙ୍କ ଘରର ଝରକା ବାଟେ ମନ୍ଦ ଉଦେଶ୍ୟ ରଖି ତାଙ୍କ ଘରେ ପଶିଥିଲେ। ସେ ଚିତ୍କାର କରିବାରୁ ତାଙ୍କ ତଣ୍ଟିଚିପି ମାରି ଦେବାକୁ ଉଦ୍ୟମ କରାଯାଇଥିବା ପ୍ରୀତି ପ୍ରିୟଦର୍ଶନୀ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ବୁଧବାର ରାମନଗର ସର୍କଲର ଆଶା କର୍ମୀମାନେ ଜମ୍ବୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କାର୍ୟ୍ୟାନୁଷ୍ଠାନ ନେବା ବିଳମ୍ବ କରିବା ଯୋଗୁ ଅସରୁକ୍ଷିତ ମନେ କରୁଛନ୍ତି କରୋନା ଯୋଦ୍ଧାମାନେ । ବାହାରୁ ଆସୁଥିବା ପ୍ରବାସୀ ହେଉ ବା ସଂକ୍ରମଣ ଜିଲ୍ଲାକୁ ଯାଇ ଆସୁଥିବା ଲୋକମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବା କିମ୍ବା ଗାଁରେ ଗାଁରେ ବୁଲି ସଚେତନ କରିବା, ପ୍ରତ୍ୟେକ କାର୍ୟ୍ୟରେ ଆଶାକର୍ମୀମାନେ ଆଗରେ ଥାଆନ୍ତି। ପୋଲିସ ମାମଲା ରୁଜୁ କରି ଚୁପ୍ ହୋଇ ବସି ଯାଇଥିବା ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି। ଏପରି କ୍ଷେତ୍ରରେ ଜୀବନକୁ ବିପଦ ମନେ କରି ଆଉ କାମ କରିବେ ନାହିଁ ବୋଲି ଆଶାକର୍ମୀ ଚେତାବନୀ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳିଲେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣ ଦେବେ ବୋଲି ଆଶାକର୍ମୀ ମାନେ ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons