କରୋନା ରାଜ୍ୟ ବିପର୍ଯ୍ୟୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ ‘କରୋନା’କୁ ରାଜ୍ୟ ସରକାର ‘ବିପର୍ଯ୍ୟୟ’ ଭାବେ ଘୋଷଣା କରିଛନ୍ତି । ଏହାର ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ବରାଦ କରାଯାଇଛି । ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ଆଜିଠୁ କଟକଣା ଜାରି କରିଛନ୍ତି ।
ଆସନ୍ତା ୩୧ ଯାଏ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁÂାନକୁ ଛୁଟି ଘୋଷଣା କରାଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପରୀକ୍ଷା ଅନୁÂିତ ହେବ । ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ଜିମ୍ଗୁଡ଼ିକ ମଧ୍ୟ ବନ୍ଦ ରହିବ । ବିବାହ, ବ୍ରତ ଆଦି ସାମାଜିକ ଉତ୍ସବରେ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।
ସଭାସମିତି, ସେମିନାର ଆଦି ଉପରେ ମଧ୍ୟ ରୋକ୍ ଲାଗିଛି । କରୋନା ବିରୋଧରେ ଲଢେ଼ଇ ପାଇଁ ମନ୍ତ୍ରୀ ଓ ସଚିବସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଆଜି ବିଧାନସଭାରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆମେ ସମସ୍ତେ ଶାନ୍ତ ରହିବା, ପ୍ରସ୍ତୁତ ରହିବା । ଆତଙ୍କିତ ହେବା ନାହିଁ । ସମସ୍ତେ ମିଳିତ ଭାବେ ଏକାଠି କାମ କରିବା । କଟକଣାକୁ ମାନି ସଚେତନ ରହି ‘କରୋନା’ ବିରୋଧରେ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । କ୍ୟାବିନେଟ୍ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଗ୍ରହଣ କରି ଏହାର ପ୍ରଶମନ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିଛି ।
ବିଧାନସଭାରେ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ, ପୃଥିବୀ ଇତିହାସରେ ମାନବ ସମାଜ ବହୁ ଚାଲେଞ୍ଜର ସମ୍ମୁଖୀନ ହୋଇଛି । ବିଜ୍ଞାନର ଅଗ୍ରଗତିରୁ ଏ ଆହ୍ୱାନ ଅନେକାଂଶରେ କମିଛି ସତ ମାତ୍ର ଗତ ୪୫ ଦିନ ହେବ ସମଗ୍ର ବିଶ୍ୱ ପାଇଁ ‘କରୋନା’ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି । ଶତାବ୍ଦୀର ଏ ବଡ଼ ବିପତ୍ତି ଧନୀ ଗରିବ ସବୁଦେଶକୁ ବିଚଳିତ କରିଛି । ଆମକୁ ଏ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ । ବ୍ୟକ୍ତିଗତସ୍ତରରେ ଓ ସରକାରୀସ୍ତରରେ ମିଳିତ ଅଭିଯାନ ହେଲେ ଆମେ ଏ ମହାମାରୀକୁ ପରାସ୍ତ କରିପାରିବା । ଏହାକୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ନବୀନ କହିଲେ, କରୋନା କବଳରେ ଏବେ ବିଶ୍ୱ କବଳିତ । ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ, କାନାଡ଼ା ରାଷ୍ଟ୍ରପତିଙ୍କ ପରିବାର, ଆମେରିକା ସିନେଟର, ଇରାନ କ୍ୟାବିନେଟର ଅଧା ସଦସ୍ୟ, ଲୋକପ୍ରିୟ ସିନେଷ୍ଟାର ଓ ଖେଳାଳିଙ୍କୁ ଏ ରୋଗ ଆକ୍ରମଣ କରିଛି, କାହାକୁ ବି ଛାଡ଼ିନି । ତେଣୁ ଆମକୁ ସତର୍କ ହେବାକୁ ପଡ଼ିବ । ଟୀକା କିମ୍ବା ଚିକିତ୍ସା ନୁହେଁ, ଦାୟିତ୍ୱବୋଧ ସହ ବ୍ୟାପକ ଜନସଚେତନତା ହିଁ କରୋନାର ମୁକାବିଲା କରିପାରିବ ।
ରାଜ୍ୟ ସରକାରଙ୍କ ସତର୍କତାମୂଳକ ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ କହିଲେ, କରୋନା ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କୁ ଯଥେଷ୍ଟ କ୍ଷମତା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ନିଦେ୍ର୍ଧଶାଳୟ, ଜିଲ୍ଲାପାଳ ଓ ମୁ୍ୟନିସପାଲ କମିଶନରଙ୍କୁ ଆବଶ୍ୟକ ଔଷଧପତ୍ର, ଯନ୍ତ୍ରପାତି କିଣିବାକୁ କ୍ଷମତା ଦିଆଯାଇଛି । ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକାଠି ନହେବା, ସଭା, ସେମିନାର ଆଦି ଯେପରି ଆୟୋଜନ ନହୁଏ ତା ଉପରେ ଅଫିସରମାନେ ନଜର ରଖିବା ସହ କାର୍ଯ୍ୟାନୁÂାନ ନେଇପାରିବେ । କରୋନା ରୋଗ ଯେପରି ରାଜ୍ୟରେ ସଂକ୍ରମିତ ନହେବ ତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ସେହିଭଳି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ମଧ୍ୟ ଗଠନ ହେବ । ସରକାର କୋଭିଡ-୧୯ ନିୟମକୁ ମଧ୍ୟ ଅନୁମୋଦନ କରିଛନ୍ତି ।
ଲୋକମାନେ ଗୋÂୀଗତ ହୋଇ ସଭା ସମିତି ନକରିବା, ଧାର୍ମିକ ଉତ୍ସବରେ ସାମିଲ ନହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲା ବେଳେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏ ଅବସରରେ ନବୀନ ସମସ୍ତଙ୍କୁ ଅନୁରୋଧ କରିଥିଲେ, କେହି ବାହାରେ ପାନଛେପ ପକାନ୍ତୁ ନାହିଁ । ବିଧାୟକମାନେ ନିଜ ଅଞ୍ଚଳରେ ଜନସଚେତନାର ନେତୃତ୍ୱ ନିଅନ୍ତୁ । ସରକାର ମିଶନ ମୋଡରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି । କରୋନା ନେଇ ମିଛ ସୂଚନା, ଅପପ୍ରଚାର କିମ୍ବା ଗୁଜବ ପ୍ରଚାର ଭଳି ଦାୟିତ୍ୱହୀନ ଆଚରଣ ଦେଖାଇଲେ ଏହାକୁ ବରଦାସ୍ତ କରାଯିବନି । କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଦାୟିତ୍ୱବାନ ଭାବେ ସମସ୍ତେ କଟକଣାକୁ ମାନି ସହଯୋଗ କଲେ କରୋନା ମୁକାବିଲାରେ ଆମେ ନିଶ୍ଚୟ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସମ୍ଭାବ୍ୟ କରୋନା ମୁକାବିଲା ନେଇ ଆସନ୍ତା ୩୧ ଯାଏ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂ ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋÂକୁ ମଧ୍ୟ ବନ୍ଦ ରଖାଯାଇଛି । ଆନୁଷଙ୍ଗିକ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କରୋନା ମୁକାବିଲାରେ ଲାଗିପଡ଼ିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons