ଖୋର୍ଦ୍ଧା, (ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଛୁଇଁଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ ରେ ପହଞ୍ଚିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ନୂଆ କଟକଣା ଲାଗୁ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଏହି କଟକଣା କେବଳ ଖୋର୍ଦ୍ଧା ସବ୍ଡିଭିଜନରେ ଲାଗୁହେବ । ଭୁବନେଶ୍ୱର ମହାନଗର ନିଗମ ଏଥିରେ ବାଦ ପଡିଛି । ନୂଆ କଟକଣା ଅନୁଯାୟୀ, ଖୋର୍ଦ୍ଧା ସବ୍ଡିଭିଜନରେ ସକାଳ ୭ଟାରୁ ୨ଟା ଦୋକାନ ଖୋଲିବ । ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । କେବଳ ଔଷଧ ଓ ପେଟ୍ରୋଲ ପମ୍ପ ବ୍ୟତୀତ ସବୁ ଦୋକାନ ବଜାର ବନ୍ଦ ରହିବ । ଜୁନ୍ ୩୦ ଯାଏଁ ଏହି କଟକଣା ବଳବର୍ତ୍ତନର ରହିବ ବୋଲି କହିଲେ ଜିଲ୍ଲାପାଳ ।
Comments are closed, but trackbacks and pingbacks are open.