କରୋନା ରୋକିବାକୁ ରାପ୍ ଗୀତର ସାହାରା ନେଲା ପୋଲିସ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ନିୟମରେ ସରକାର କିଛିଟା କୋହଳ କରିଛନ୍ତି । କିନ୍ତୁ କରୋନାର ଭୟାବହତା କମିନି । ପପୂର୍ବାପେକ୍ଷା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍ବେଗଜନକ ହୋଇ ବଢ଼ି ଚାଲିଛି । ଏପରି ସ୍ଥିତିରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ରାପ୍ ଗୀତର ସାହାରା ନେଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁ୍ଡ଼ାପୋଲିସ ତରଫରୁ ରାପ୍ ଗୀତ ନାଚ ମାଧ୍ୟମରେ କରେନାଠୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଆରମ୍ଭ ହୋଇଛି । ବାଲିକୁଡ଼ା ପୋଲିସ ସହାୟତାରେ ଲକ୍ଡାୁନ୍ ଏବେ ବି ଚାଲିଛି । ନାମକ ଏକ ରାପ୍ ଭିଡିଓ ପ୍ରସ୍ତୁତ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ବାଲିଗୁଡ଼ାର ରାପର ଶିବା ପତି । ଆଉ ତାଳେ ତାଳେ ନାଚିଛନ୍ତି ବିଟ୍ ବଏଜ୍ ଗ୍ରୁପ୍ । ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ରାପ୍ ଗୀତକୁ ରଚନା କରିଥିାବ ବେଳେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନ୍ୟତ୍ୟ ନିଦେ୍ର୍ଧଶନା ଦେଇଛନ୍ତି । ଯୁବପିଢ଼ୀ ସମେତ କନ୍ଧମାବାସୀ କରୋନାଠାରୁ କିଭଳି ଦୂରେଇ ରହିବେ ସେ ନେଇ ଏହି ଭିଡିଓ ମାଧ୍ୟମରେ ନିବେଦନ କରାଯାଇଛି । ଲକ୍ଡାଉନ୍ ଏବେ ବି ଚାଲିଛି ରାପ୍ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons