କରୋନା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଓଲଟିଲା

Get real time updates directly on you device, subscribe now.

କଟକ: ମଝି ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଆସୁଥିବା ବେଳେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଓଲଟି ପଡିଛି ଏକ ଆମ୍ବୁଲାନ୍ସ। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଯାଜପୁରରୁ ରୋଗୀ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
ତେବେ ଆମ୍ବୁଲାନ୍ସରେ ଥିବା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳକୁ ପ୍ରଶାସନ ଦ୍ୱାରା ସାନିଟାଇଜ୍ କରାଯାଇଥିବାରୁ ଆମ୍ବୁଲାନ୍ସରେ କରୋନା ଆକ୍ରାନ୍ତ ଥିବା ନେଇ ସନ୍ଦେହ କରାଯାଉଛି।
ଯାଜପୁର ଜିଲ୍ଲାର କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରୁ ସନ୍ଧ୍ୟା ୭ଟାରେ ୫ କରୋନା ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରସ୍ଥିତ ସମ୍‌‌ କୋଭିଡ-୧୯ ହସ୍ପିଟାଲକୁ ଅଭିମୁଖେ ବାହାରିଥିଲା। ଆଗରେ ଯାଉଥିବା ଆମ୍ବୁଲାନ୍ସର ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତାରେ ହିଁ ଓଲଟି ପଡ଼ିଥିଲା।
ଆଉ ପଛରେ ଆସୁଥିବା ୪ଟି ଆମ୍ବୁଲାନ୍ସ ସଂଗେ ସଂଗେ ସେଠାରେ ବ୍ରେକ ମାରି ରହିଗଲେ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମ୍ୱୁଲାନ୍ସରେ କରୋନା ରୋଗୀଙ୍କ ସହିତ ପରିବାର ଲୋକେ ମଧ୍ୟ ଥିଲେ। ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଉକ୍ତ ରୋଗୀଙ୍କୁ ଭୁବନେଶ୍ୱର ପଠାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons