କର୍ଲାପଡ଼ା ସ୍କୁଲରେ ମାଓ ପୋଷ୍ଟର

Get real time updates directly on you device, subscribe now.

ଝରିଗାଁ,(ବି.ବି.ନ୍ୟୁଜ୍): ସ୍ୱାଧୀନତା ଦିବସକୁ ବିରୋଧ କରି ମାଓବାଦୀମାନେ ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଲଗାଇଛନ୍ତି ପୋଷ୍ଟର ଓ ବ୍ୟାନର । ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ସ୍ୱାଧୀନତା ଦିବସକୁ କଳାଦିବସ ଭାବେ ପାଳନ କରିବାଲାଗି ପୋଷ୍ଟରରେ ଉଲ୍ଲେଖ ରହିଛି । ମୈନପୁର ମାଓ ଡିଭିଜନ ତରଫରୁ ଲଗାଯାଇଥିବା ଏହି ପୋଷ୍ଟରରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାରଣ ନୀତି ଚଳାଇଥିବା ଉଲ୍ଲେଖ ରହିବା ସହ ଏହାକୁ ନିନ୍ଦା କରାଯାଇଛି । ଗ୍ରାମାଞ୍ଚଳରେ ରାସ୍ତାଘାଟ, ସ୍କୁଲ, ପାନୀୟଜଳ ଓ ଆଦିବାସୀଙ୍କୁ ଜମିପ;ା ଦିଆଯିବାକୁ ଦାବି ହୋଇଛି । ଆଦିବାସୀଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢେଇ ଜାରି ରହିବ ବୋଲି ପୋଷ୍ଟରେ ଦର୍ଶାଯାଇଛି । ମଙ୍ଗଳବାର ରାତିରେ ସ୍କୁଲ କାନ୍ଥରେ ପୋଷ୍ଟର ଲାଗିଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଗାଁରେ ପହଞ୍ଚି ପୋଷ୍ଟର ଓ ବ୍ୟାନରଗୁଡିକୁ ଜବତ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons