କଲରାଜ ହେଲେ ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ହିମାଚଳର ରାଜ୍ୟପାଳ ଥିବା ଆଚାର‌୍ୟ ଦେବବ୍ରତଙ୍କୁ ଗୁଜରାଟର ରାଜ୍ୟପାଳ ଭାବେ ବଦଳି କରାଯାଇଛି । ସେମାନେ ଯେଉଁଦିନ ଠାରୁ କାର‌୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି ତାରିଖ କାର‌୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ସରକାରରେ କଲରାଜ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଥିଲେ ।
୨୦୧୭ରେ ତାଙ୍କୁ ୭୫ ବର୍ଷ ବୟସ ଅତିକ୍ରମ କରିଯିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଉତ୍ତରପ୍ରଦେଶର ଦେଓରିଆ ଲୋକସଭା ଆନସରୁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ଚଳିତବର୍ଷ ସେ ଲୋକସଭା ନିର୍ବାଚନ ଲଢ଼ି ନଥିଲେ । ସେହିଭଳି ୬୦ ବର୍ଷୀୟ ଦେବବ୍ରତଙ୍କୁ ୨୦୧୫ରେ ହିମାଚଳ ପ୍ରଦେଶ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ଗୁଜରାଟର ରାଜ୍ୟପାଳ ଥିବା ଓମ୍‌ ପ୍ରକାଶ କୋହଲିଙ୍କୁ ୨୦୧୪ ଜୁଲାଇ ୧୬ରେ ନିଯୁକ୍ତ କରାଯାଇଥିଲା । ଆଜି ସେ ଅବସର ଗ୍ରହଣ କରିଥିବାରୁ ତାଙ୍କ ସ୍ଥାନରେ ଦେବବ୍ରତଙ୍କୁ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons