କଲରାପତରିଆ ବାଘଛାଲ ଜବତ

Get real time updates directly on you device, subscribe now.

ବଲାଙ୍ଗିର: ସଇନ୍ତଳା ରେଞ୍ଜ କଅଁସର ଗ୍ରାମରୁ ବନ ବିଭାଗ ଆଜି ଏକ କଲରାପତରିଆ ବାଘଛାଲ ଜବତ କରିଛି । ବଲାଙ୍ଗିର ଡ଼ିଏଫଓ ସମୀର ଶତପଥିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗ୍ରାମର ବିଶ୍ୱାମିତ୍ର ରଣାଙ୍କ ଘରେ ଚଢ଼ଉ କରି ବାଘଛାଲ ଜବତ କରିଛି । ବାଘଛାଲର ଲମ୍ବା ୨.୬ ଫୁଟ ଥିବା ବେଳେ ଓଜନ ପ୍ରାୟ ୩କେଜି ରହିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବାଘର ଛାଲରେ ଏବେ ବି ଆଦ୍ରତା ଥିବାରୁ ପ୍ରାୟ ୧୨ରୁ ୧୫ଦିନ ଭିତରେ ତାକୁ ମରାଯାଇଥାଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଚଢ଼ଉ ସମୟରେ ଉକ୍ତ ଘରେ ଥିବା ଜଣେ ଯୁବକଙ୍କୁ ବନ ବିଭାଗ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରହିଥିବା ଡ଼ିଏଫଓ ସମୀର ଶତପଥି ସୂଚନା ଦେଇଛନ୍ତି ।

ରିପୋର୍ଟ ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons