କଲେଜ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟର: ଆସନ୍ତାକାଲି ନ ଖୋଲିବାକୁ ମନ୍ତ୍ରୀଙ୍କ ପାଖରେ ଫେରାଦ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ଲକ୍ଡାଇନ୍ ପାଇଁ ସମସ୍ତ ଶିକ୍ଷାନୁÂାନ ବନ୍ଦ ରହିଛି । ଏପରି ସ୍ଥିତିରେ କଳେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକଙ୍କୁ ଆସନ୍ତା କାଲି ଅର୍ଥାତ୍ ଜୁନ୍ ୧୭ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଦେ୍ର୍ଧଶ ଦେଇଥିଲା । ତେବେ ଏବେ ସୁଦ୍ଧା ସବୁ କିଛି ସାମାନ୍ୟ ସ୍ଥିତିକୁ ଫେରି ନଥିବାରୁ ଅନ୍ତତଃ ଜୁଲାଇ ୩୧ ତାରିଖ ଯାଏଁ କଳେଜ ନ ଖୋଲିବାକୁ ଅଧ୍ୟାପକମାନେ ଦାବି କରିଛନ୍ତି । ଏନେଇ ୬୬୨ ଓ ୪୮୮ ବର୍ଗର କଲେଜ ଅଧ୍ୟାପକ ସଂଘର କର୍ମକର୍ତ୍ତା ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅଧ୍ୟାପକଙ୍କ ଦାବି ମୁତାବକ , ରାଜ୍ୟର ଅଧିକାଂଶ କଲେଜକୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟର ଓ ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର ଭାବେ ବ୍ୟବହାର କରୁଛନ୍ତି । ରାଜ୍ୟରେ ପରିବହନ ବ୍ୟବସ୍ଥା ବି ସ୍ୱାଭାବିକ ହୋଇନି । ଏଭଳି ସ୍ଥିତିରେ ସଂପୃକ୍ତ ଅଧ୍ୟାପକ ଏବଂ କର୍ମଚାରୀ କେମିତି କଲେଜକୁ ଯାଇ ନିଜର କତ୍ତବ୍ୟ କରିବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଜୁଲାଇ ୩୧ ଯାଏଁ କଲେଜ ବନ୍ଦ ରଖିବା ପାଇଁ ସେମାନେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାବ୍ୟତୀତ ଜୁଲାଇ ୩୧ ପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲାଯାଉ ବୋଲି ଦାବି ଜଣାଇଛନ୍ତି ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons