କଲେଜ ଛାତ୍ରୀଙ୍କୁ ଘରେ ପଶି ଛୁରା ମାଡ଼: କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

ଆନନ୍ଦପୁର: ଯୁକ୍ତ ଦୁଇ ଛାତ୍ରୀ ଜଣକ ଏକା ଘରେ ଥିଲେ। ବାପା-ମାଆ ହାଟକୁ ଯାଇଥିଲେ। ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଛାତ୍ରୀଙ୍କ ବେକ କାଟି ହତ୍ୟା କରିଛନ୍ତି। ଆଜି ଏମିତି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଆଜି ଥିଲା ସାତକୋଶିଆ ହାଟ। ସେଥିପାଇଁ ମହୁଲଡ଼ିହା ଥାନା ଧାତିକିଡ଼ିହା ଗାଁର ସୁନୀଲ ସିଙ୍କୁ ଓ ତାଙ୍କ ପତ୍ନୀ ଜେମାମଣୀ ହାଟକୁ ଯାଇଥିଲେ। ଘରେ ଯୁକ୍ତ ଦୁଇ ପଢ଼ୁଥିବା ସୁନୟନା ଏକା ଥିଲେ। ମଧ୍ୟାହ୍ନରେ ହାଟ ସାରି ପତି-ପତ୍ନୀ ଘରକୁ ଫେରି ଦେଖନ୍ତି, ଚଟାଣରେ ମୁହଁ ମାଡ଼ି ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଛି ଝିଅ। ତା’ ବେକକୁ କଟାଯାଇଥିବା ବେଳେ ହାତରେ ଗଭୀର କ୍ଷତ ଚିହ୍ନ ରହିଛି। ଏହା ଦେଖି ସୁନୀଲଙ୍କ ହୋସ୍‌ ଉଡି ଯାଇଥିଲା। କିଛି ନଭାବି ଝିଅକୁ ଗାଡ଼ି କରି ୪୦ କିମି ଦୂର ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇପାରି ନଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons