କଲେଜ ଛାତ୍ରୀ ଗଣବଳାକ୍ରାର ମାମଲା:ଜଣେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ଦୁଇ ବର୍ଷ ତଳେ ଅନୁଗୁଳ ପଞ୍ଚମହଲା ନିକଟରେ ଘଟିଥିବା ବହୁଚର୍ଚ୍ଚିତ କଲେଜ ଛାତ୍ରୀ ଗଣବଳାକ୍ରାର ମାମଲାରେ ସଂପୃକ୍ତ ଜଣେ ନାବାଳକ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଚିଲଡ୍ରେନ୍ କୋର୍ଟ୍ରେ ଶନିବାର ଦୋଷୀ ସାବ୍ୟସ୍ତ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲା (ଆଇନ ସହ ଦ୍ୱନ୍ଦ୍ୱ ବାଳ ଅପରାଧ ବା ସିଆଇସିଏଲ) ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି । ବଳାକ୍ରାର ବେଳେ ନାବାଳକ ଥିବା ଅଭିଯୁକ୍ତ ଏବେ ସାବାଳକ ତଥା ୧୯ ବର୍ଷୀୟ ଯୁବକ । ଏହି ଗଣବଳାକ୍ରାର ମାମଲାରେ ମୋଟ୍ ୬ ଜଣ ଅଭିଯୁକ୍ତ ଥିବାବେଳେ ୪ ଜଣଙ୍କୁ ଗତବର୍ଷ ସେପ୍ଟେମ୍ବର ମାସରେ କୋର୍ଟ୍ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ପୁଲିସ୍ କାବୁ କରିବାରେ ବିଫଳ ହୋଇଛି । ଆଜିର ଏହି ରାୟ ସହ ଅନୁଗୁଳ କୋର୍ଟ ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛି । ଦେଶରେ ଚିଲ୍ଡ୍ରେନ୍ କୋର୍ଟ୍ ସ୍ଥାପନ ହେବା ପରଠାରୁ ରାଜ୍ୟରେ ଏହା ପ୍ରଥମ ରାୟ ବୋଲି କୁହାଯାଉଛି ।
ଏହି ଗଣବଳାକ୍ରାର ଘଟିଥିଲା ୨୦୧୭ ମାର୍ଚ୍ଚ ୩୧ରେ । ଅନୁଗୁଳ ସହର ଉପକଣ୍ଠରେ ଭଡ଼ାରେ ପରିବାର ସହ ରହୁଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀ ମମତା (ଛଦ୍ମନାମ) ତାଙ୍କର ସମ୍ପର୍କୀୟ ଭାଇଙ୍କ ସହ ଦିନ ୧ଟାରେ ବାଇକ୍ରେ ଅନୁଗୁଳ ପଞ୍ଚମହଲାସ୍ଥିତ ଏକ ଇଞ୍ଜିନିୟରିଂ କଲେଜ ଆଡ଼କୁ ବୁଲିବାକୁ ଯାଇଥିଲେ । କଲେଜଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ୬ ଜଣ ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇଥିଲେ । ଭାଇକୁ ମାଡ଼ପିଟ୍ କରି ମମତାଙ୍କୁ ରାସ୍ତାରୁ ଦୁଇ ଶହ ମିଟର ଦୂର ବୁଦା ଆଡ଼କୁ ନେଇ ଯାଇଥିଲେ । ମମତା ଓ ତାଙ୍କ ଭାଇଙ୍କଠାରୁ ୩ଟି ମୋବାଇଲ୍ ଫୋନ୍, ୭ ଶହ ଟଙ୍କା, ମମତାଙ୍କ ସୁନା କାନଫୁଲ ଓ ଭାଇଙ୍କ ସୁନା ଲକେଟ୍ ଛଡ଼ାଇ ନେବା ସହ ୨୦ ହଜାର ଟଙ୍କା ଦାବି କରିଥିଲେ । ଭାଇଭଉଣୀ ଅକ୍ଷମତା ପ୍ରକାଶ କରିବା ପରେ ଭାଇକୁ ଗଛରେ ବାନ୍ଧି ମମତାଙ୍କୁ ଦୁର୍ବୃତ୍ତମାନେ ବଳାକ୍ରାର କରିଥିଲେ ।
୫ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ୪ ଜଣ ପଞ୍ଚମହଲାର କାଳିଆ ଓରଫ୍ କୃଷ୍ଣଚନ୍ଦ୍ର ନାଏକ (୨୬), ଚଗଲା ଓରଫ୍ ବିଶ୍ୱମ୍ଭର ଭୋଇ (୨୩), ରାଇଝରଣର କାଶିଆ ଓରଫ୍ ସିଦ୍ଧାନ୍ତ ପଲେଇ (୨୧) ଓ ଲିଙ୍ଗରାଯୋଡ଼ିର ଟେରା ଓରଫ୍ ଦୁଷ୍ମନ୍ତ ବେହେରା (୨୨) । ମୁଖ୍ୟ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଅନୁଗୁଳ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛି । ଗତ ଅକ୍ଟୋବର ମାସରେ ୪ ଜଣଙ୍କୁ ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ କୋର୍ଟ୍ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଥିଲେ ।
ମାମଲାର ଅନ୍ୟତମ ଅଭିଯୁକ୍ତ ବାଳକ ଥିବାରୁ ମାମଲାର ଶୁଣାଣି ଚିଲ୍ଡ୍ରେନ୍ କୋର୍ଟ୍ରେ ଆରମ୍ଭ ହୋଇଥିଲା । ମାମଲାରେ ମୋଟ ୧୨ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଅନୁଗୁଳ ସହର ଉପକଣ୍ଠ ଏକ ଗ୍ରାମର ଏହି ନାବାଳକ ଅଭିଯୁକ୍ତକୁ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖରେ କାଙ୍ଗୁଲା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାର ଶୁଣାଣି ମାତ୍ର ୬ ମାସ ମଧ୍ୟରେ ଶେଷ ହୋଇ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଥିଲା ଯାହାକି ରାଜ୍ୟର ପୋକ୍ସୋ କୋର୍ଟରେ ପ୍ରଥମ ଓ ଅନୁଗୁଳର ଦ୍ୱିତୀୟ ଫାଶୀ ଦଣ୍ଡାଦେଶ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons