ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଆଦିବାସୀ ଉନ୍ନୟନ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ (ଡିଏମ୍) ଜୟ ପ୍ରକାଶ ମହାନ୍ତି ସୁନ୍ଦରଗଡ଼ରୁ ୧୮ ଲକ୍ଷ ୮୦ ହଜାର ୫୦୦ ଟଙ୍କା ସାଙ୍ଗରେ ନେଇ ଏକ ବୋଲେରୋରେ ବୁଧବାର ଭୋର ସମୟରେ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲେ । ମସନିକାନି ଟୋଲ ପ୍ଲାଜାରେ ଭିଜିଲାନ୍ସ ହାତରେ ସେ ଧରାପଡ଼ି ଥିଲେ । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ, ଏ ଟଙ୍କା ସେ କାହା ପାଇଁ ନେଉଥିଲେ ସେ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ।
ଆଦିବାସୀ ଉନ୍ନୟନ ନିଗମର ଡିଏମ୍ ଜୟ ପ୍ରକାଶ ମହାନ୍ତି ଝାରସୁଗୁଡ଼ାରୁ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଟଙ୍କା ନେଇ ଘରକୁ ଯିବା ପାଇଁ ଯୋଜନା କରି ଟ୍ରେନ ଟିକେଟ୍ ଅନ୍ଲାଇନ୍ରେ କାଟି ରଖିଥିଲେ । ଆଜି ସକାଳୁ ଏକ କଳା ବ୍ୟାଗରେ ଟଙ୍କା ରଖି ଏକ ବୋଲେରେରେ ଝାରସୁଗୁଡ଼ା ଅଭିମୁଖେ ସକାଳ ୫ଟା ୫୭ ମିନିଟ୍ରେ ଯାଉଥିଲେ । ରାଉରକେଲା ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ପାଖରେ ଏ ଖବର ଆଗୁଆ ପହଞ୍ଚିଥିଲା । ଏସ୍ପିଙ୍କ ନିଦେ୍ର୍ଧଶରେ ରାଉରକେଲା ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଡିଏସ୍ପି ସୁଧାଂଶୁ ଶେଖର ପୂଜାରୀ, ଝାରସୁଗୁଡ଼ା ଡିଏସ୍ପି ପ୍ରଦୀପ କୁମାର ଆଇନ୍ଦ ଓ ରାଉରକେଲା ଭିଜିଲାନ୍ସ ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ବିଜୁ ଏrପ୍ରେସ୍ର ଭଷ୍ମା ଥାନା ଅନ୍ତର୍ଗତ ମସନିକାନି ଟୋଲ ପ୍ଲାଜା ନିକଟରେ ଲୁଚି ରହିଥିଲେ । ଜିଲ୍ଲା ପରିଚାଳକ ଟଙ୍କା ନେଇ ଝାରସୁଗୁଡା ଅଭିମୁଖେ ଯାଉଥିବା ବୋଲେରୋ ଟୋଲ ପ୍ଲାଜାରେ ଛିଡ଼ା ହେବା ପରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ବୋଲେରୋ ନିକଟକୁ ଯାଇ ଜିଲ୍ଲା ପରିଚାଳକଙ୍କ ଗାଡ଼ି ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଗାଡ଼ିରୁ ୫୦୦ ଟଙ୍କିଆ ବିଡା ନୋଟ ଭର୍ତ୍ତି ଏକ ବ୍ୟାଗ ମିଳିଥିଲା ।
ଏତେ ଟଙ୍କା ନେଇ କୁଆଡେ଼ ଯାଉଛ, କାହାର ବୋଲି ପଚାରିବାରୁ ଜିଲ୍ଲା ପରିଚାଳକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଟୋଲ ପ୍ଲାଜାରୁ ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ । ଭିଜିଲାନ୍ସର ପଚରାଉଚରାରେ ସେ ଟଙ୍କା ନେଇ ସେ ନିଜ ଘର ଭୁବନେଶ୍ୱରକୁ ଯାଉଥିଲେ । ଅଫିସ ଟଙ୍କା ନେଇ ଭୁବନେଶ୍ୱର କାହିଁକି ଯାଉଥିଲେ ଓ ଅଫିସର ଟଙ୍କା କେତେ ଅଛି ବୋଲି ପଚାରିବାରୁ କୌଣସି ଉତ୍ତର ଦେଇ ପାରିନଥିଲେ । ଏହା ପରେ ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ, ସାଇବିହାର ଠାରେ ଥିବା ସରକାରୀ ବାସଭବନ ଏବଂ ଭୁବନେଶ୍ୱର ରୁଦ୍ର ବିହାର ପ୍ଲଟ୍ ନଂ. ୨୩୯/୧/୨ ନୂଆଗାଁ ଶିଶୁପାଳରେ ଥିବା ଘର ଉପରେ ମଧ୍ୟ ଚଢ଼ାଉ କରିଥିଲେ । ପରେ ଜିଲ୍ଲା ପରିଚାଳକଙ୍କୁ ଗିରଫ କରାଯାଇ ସଂଧ୍ୟାରେ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଆଦିବାସୀ ଉନ୍ନୟନ ନିଗମ ଜିଲ୍ଲା ପରିଚାଳକ ଅଧିନରେ ଜିଲ୍ଲାର ସମସ୍ତ ଜଙ୍ଗଲଜାତ ସାମଗ୍ରୀ କିଣି ବିକ୍ରି କରିବା ଦାୟିତ୍ୱ ରହିଛି । ଏହା ଛଡ଼ା ସୁନ୍ଦରଗଡ ସହରରେ ରହିଥିବା ଏକ ପେଟ୍ରୋଲ ପମ୍ପର ଦାୟିତ୍ୱ ମଧ୍ୟ ଦିଆଯାଇଛି । ଜଙ୍ଗଲଜାତ ସାମଗ୍ରୀ କିଣା ଅର୍ଥର ବାଟମାରଣ କରିବା ସହ ପେଟ୍ରୋଲ ପମ୍ପରେ ହେରଫେର କରି କଳା ଟଙ୍କା ସଞ୍ଚୟ କରି ପାଖରେ ରଖିବା ପରେ ଭୁବନେଶ୍ୱରକୁ ଏ କଳା ଟଙ୍କା ନେଇ ଯାଉଥିଲେ ବୋଲି ସନେ୍ଦହ କରୁଛି ଭିଜିଲାନ୍ସ ବିଭାଗ ।
Comments are closed, but trackbacks and pingbacks are open.