ଭବାନୀପାଟଣା,(ବି.ବି.ନୁ୍ୟଜ୍): ଗତକାଲି ଭବାନୀପାଟଣା ସହରରୁ ୧୧ଟି ପଜିଟିଭ ଚିହ୍ନଟ ହେବା ପରେ ଶନିବାର ଓ ରବିବାର ଦୁଇଦିନ ସହରକୁ ଜିଲ୍ଲା ପ୍ରଶାସନ ସଟଡାଉନ ଘୋଷଣା କରିଛି । ସଟଡାଉନର ପ୍ରଥମ ଦିନରେ ଆଜି ୮୦ଟି ସର୍ଭେଲେନ୍ସ ଟିମ ସହରର ସମସ୍ତ ୨୦ଟି ୱାର୍ଡରେ ଘରଘର ବୁଲି ସ୍କ୍ରୀନିଂ କରିଛନ୍ତି । ସ୍କେ୍ରନିଂ ସମୟରେ ସାମାନ୍ୟ ଲକ୍ଷଣ ଦେଖାଦେଉଥିବା ପ୍ରାୟ ୫ଶହରୁ ଊଦ୍ଧ୍ୱର୍ ଲୋକଙ୍କ ଆଣ୍ଟିଜେନ କିଟ୍ରେ ପରୀକ୍ଷା କରାଯିବା ସହ ପୂର୍ବରୁ ପଜିଟିଭ ଚିହ୍ନଟ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଆଜି ପ୍ରଥମ ଦିନରେ ସହରର ୯ହଜାରରୁ ଊଦ୍ଧ୍ୱର୍ ପରିବାରକୁ ସ୍କ୍ରିନିଂ କରାଯାଇଛି । ସ୍କ୍ରିନିଂ ସମୟରେ ସହରରେ ୧୨ନମ୍ବର ୱାର୍ଡରେ ତିନିଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଏହା ବ୍ୟତିତ ଜୁନାଗଡ଼ ବ୍ଳକ୍ରେ ୩ ଓ ନର୍ଲା ବ୍ଳକ୍ରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ କଳାହାଣ୍ଡି କୋଭିଡ଼ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ମଧ୍ୟ ଘରକୁ ଘର ବୁଲି ସ୍କ୍ରିନୀଂ କରାଯିବ ଏବଂ ସହରର ସମସ୍ତ ୱାର୍ଡର ସମସ୍ତ ପରିବାରର ସଦସ୍ୟଙ୍କୁ ସ୍କ୍ରିନୀଂ କରାଯିବ ବୋଲି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ପ୍ରକାଶ କରିଛନ୍ତି । ଆଜି ସଟଡାଉନ ଯୋଗୁଁ ସହର, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ସହରବାସୀ ସର୍ଭିଲେନ୍ସ ଟିମକୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.