ଭବାନୀପାଟଣା,(ବି.ବି.ନୁ୍ୟଜ): ‘ଜନସାଧାରଣଙ୍କ ଆଶୀର୍ବାଦ ପାଇଁ ମୁଁ କଳାହାଣ୍ଡି ମାଟିକୁ ଆସିଛି । ଜିଲ୍ଲାରେ ରେଳ ଯୋଗାଯୋଗ, ନେଟ୍ୱର୍କ ଓ ଅନ୍ୟ ଅସୁବିଧାକୁ ଦୂର କରିବା ମୋର ଲକ୍ଷ୍ୟ । ଯିଏ ଦୁଃଖ ଦେଖି ନାହାନ୍ତି ସେ ଅନ୍ୟର ଦୁଃଖ କ’ଣ ବୁଝିବେ । ମୋଦିଜୀ ସାଧାରଣ ପରିବାରରୁ ଆସିଛନ୍ତି । ଆମକୁ ସାଧାରଣ ଜନମାନସର ହୃଦୟରେ କ’ଣ ପୀଡ଼ା ତାହା କାହା ଠାରୁ ଶିଖିବାର ଆବଶ୍ୟକ ନାହିଁ’ । ଶନିବାର କଳାହାଣ୍ଡି ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ରେଳ, ଟେଲିକମ୍ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭବାନୀପାଟଣାସ୍ଥିତ ଏସ୍ଏନ୍ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ‘ନାଗରିକ ଓ ବୁଦ୍ଧିଜୀବୀ ସାକ୍ଷାତ ସଭା’ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଳାହାଣ୍ଡି ଜିଲ୍ଲାର ପ୍ରସ୍ତାବିତ ଜୁନାଗଡ଼-ଆମ୍ବାଗୁଡ଼ା ରେଳପଥ ତ୍ୱରାନ୍ୱିତ ହେବ ବୋଲି ସବୁଜ ସଙ୍କେତ ଦେଇଛନ୍ତି । ଜୁନାଗଡ଼ର ବଲଧିଆମାଲରୁ ଆଉ ମାତ୍ର ୮ କିମି ରେଳପଥ ନିର୍ମାଣ ହେଲେ ତାହା ଧର୍ମଗଡ଼କୁ ସଂଯୋଗ ହୋଇଯିବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ନର୍ଲା ଇଲେକ୍ଟ୍ରିକ୍ ଲୋକମୋଟିଭ୍ ପ୍ରକଳ୍ପ ସକାଶେ ଆବଶ୍ୟକ ୩ଶହରୁ ଅଧିକ ଏକର୍ ଜମିରୁ ମାତ୍ର ପ୍ରାୟ ୧୩୩ଏକର୍ ଜମି ଅଧିଗ୍ରହଣ ହୋଇଛି । ଏଥିପାଇଁ ଜିଲ୍ଲାବାସୀ ରାଜ୍ୟସରକାରଙ୍କୁ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ଦାବି କରନ୍ତୁ । ଜମି ଅଧିଗ୍ରହଣ ହେଲେ ନର୍ଲା ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବ ବୋଲି ରେଳମନ୍ତ୍ରୀ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଭବାନୀପାଟଣାରୁ ବିଶାଖାପାଟଣା, କୋଲକାତା ଓ ରାୟପୁର ଟ୍ରେନ୍ ଚଳଚଳ ପାଇଁ ଦାବି କରିଥିଲେ ।
ଶନିବାର ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଳାହାଣ୍ଡି ପହଞ୍ଚିଥିଲେ । ପ୍ରଥମେ କୋକସରା ବ୍ଲକ ଆମପାଣିଠାରେ କଳାହାଣ୍ଡି ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଆମପାଣି ବୁଢ଼ାରଜା ମନ୍ଦିର ଦର୍ଶନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ । ରେଳମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଦେବା ସହ ମୋଦିଜୀଙ୍କ ‘ସବ୍ କା ସାଥ୍ ସବକା ବିକାଶ’ ମନ୍ତ୍ରରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କଳାହାଣ୍ଡିରେ ଏକ ରେଳ କାରଖାନା କରିବାକୁ କଳାହାଣ୍ଡି ସାଂସଦ ପ୍ରସ୍ତାବ ରଖି ଆସିଛନ୍ତି ଓ ପ୍ରସ୍ତାବିତ ଜୁନାଗଡ଼ଠାରୁ ଆମ୍ବାଗୁଡ଼ା ରେଳ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେ କେନ୍ଦ୍ର ରେଳ ବଜେଟରେ ପ୍ରସ୍ତାବ ରଖିବା ସହ କଳାହାଣ୍ଡିରେ ରେଳ ପ୍ରକଳ୍ପର ବିକାଶ ପାଇଁ ଆଗାମୀ ଦିନରେ ଚେଷ୍ଟା ଜାରିରହିବ ବୋଲି କହିଥିଲେ । ପରେ କାଉଡୋଳାରେ ମଧ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋକସରା ବ୍ଲକ ବସଷ୍ଟାଣ୍ଡ ନିକଟରେ ଜନ ଆଶୀର୍ବାଦ ଯାତ୍ରାର ଉଦେ୍ଧଶ୍ୟ ବିଷୟରେ ସାଧାରଣ ଜନତାଙ୍କୁ ମତ ରଖିଥିଲେ । କୋକସରାରେ ରେଲୱେ ଆrନ୍ କମିଟି ପକ୍ଷରୁ ଜୁନାଗଡରୁ ଆମ୍ବାଗୁଡ଼ା ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର ଦିଆଯାଇଥିଲା । କୋକସରା ଓବିସି ଫୋରମ ପକ୍ଷରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଓବିସି ଫୋରମର କର୍ମକର୍ତ୍ତାମାନେ ଦାବିପତ୍ର ଦେଇଥିଲେ । ସଂଧ୍ୟାରେ ଜୁନାଗଡ଼ଠାରେ ଅଧିÂାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ଦର୍ଶନ କରିବା ସହ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ସାକ୍ଷାତ ବୈଠକରେ ଆଲୋଚନା କରି ଜୁନାଗଡ଼ରୁ ଧର୍ମଗଡ଼ ରେଳ ସଂଯୋଗ କରାଯିବା ନେଇ ସବୁଜ ସଙ୍କେତ ଦେଇଥିଲେ । ରାତି ୮ଟାରେ ଶୋଭାଯାତ୍ରାରେ ଭବାନୀପାଟଣା ଜେଲଛକ ପହଞ୍ଚି ସହୀଦ ରେଣ୍ଡୋ ମାଝୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହି ଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସ୍ଏନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ପହଞ୍ଚି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ରେଳ ଯୋଗଯୋଗ ଓ ବିଭିନ୍ନ ପ୍ରସ୍ତାବିତ ରେଳ ପ୍ରକଳ୍ପ ସଂପର୍କରେ ମତାମତ ଶୁଣିବା ପରେ ବକ୍ତବ୍ୟ ରଖିଥିଲେ । ରେଳମନ୍ତ୍ରୀଙ୍କ ମାରାଥନ ଗସ୍ତ ସମୟରେ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ପ୍ରଭାରୀ ଭାବେନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ବଦ୍ରି ନାରାୟଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁଧୀର ରଂଜନ ପାଟଯୋଶୀ, କଳାହାଣ୍ଡି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଧନ ପଣ୍ଡା, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର କୃଷକ ମୋର୍ଚ୍ଚା ଉପସଭାପତି ଦୁର୍ଗା ପ୍ରଧାନୀ ନବରଙ୍ଗପୁର ଯୁବମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ରାଜ୍ୟ ମହିଳା ଉପ ସଭାନେତ୍ରୀ ଶର୍ମିÂା ମେହେର ସମେତ କୋକସରା, ଆମପାଣି ଓ ମୋଟେର, ଜୁନାଗଡ଼, ଭବାନୀପାଟଣା ବିଜେପରି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଜି ଭବାନୀପାଟଣା ଠାରେ ରାତ୍ରୀଯାପନ କରି ରବିବାର ସକାଳେ ରେଳ ମନ୍ତ୍ରୀ କଳାହାଣ୍ଡି ଅଧିÂାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଦର୍ଶନ କରି କେସିଙ୍ଗା ଓ ବଲାଙ୍ଗିର ଜିଲ୍ଲା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed, but trackbacks and pingbacks are open.