ଭବାନୀପାଟଣା,(ବି.ବି.ନୁ୍ୟଜ୍): ଅଳ୍ପ ଦିନତଳେ ବେତନଟୀ ତହସିଲଦାର ଥିବା ଅମିଶା ଦାଶ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେ଼ପୁଟି କଲେକ୍ଟର ଭାବେ ବଦଳି ହୋଇ ଆସିଥିଲେ । ତେବେ ସେ ବେତନଟୀର ତହସିଲଦାର ଥିବାବେଳେ କର୍ତ୍ତବ୍ୟରେ ଅବହେଳା, ବିଶ୍ୱାସନୀୟତାର ଅଭାବ ଯୋଗୁଁ ରାଜ୍ୟ ସରକାର ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ବେତନଟୀରେ ତହସିଲଦାର ଥିବା ସମୟରେ ଲଘୁ ଖଣିଜ ମାଫିଆଙ୍କ ସହ ତାଙ୍କର ସଂପର୍କ ଥିବା ଓ ପୁଲିସ ଦ୍ୱାରା ଜବତ ହୋଇଥିବା ଏକ ଟ୍ରକକୁ ବିନା ଜୋରିମାନାରେ ଖଲାସ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ କଳାହାଣ୍ଡି ବଦଳି କରିଥିଲେ । କର୍ତ୍ତବ୍ୟରେ ଅବହେଳା ଓ ବିଶ୍ୱାସନୀୟତାର ଅଭାବ ଯୋଗୁଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାରେ ସଚିବ ଅମିଶା ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବନ ଆଦେଶ କରିଛନ୍ତି । ନିଲମ୍ବନ ସମୟରେ ତାଙ୍କର ମୁଖ୍ୟ ଦପ୍ତର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେବ ଏବଂ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।
Comments are closed, but trackbacks and pingbacks are open.