ମ.ରାମପୁର,(ବି.ବି.ନୁ୍ୟଜ୍): ଓଡ଼ିଶା ପୁଲିସ ମହାନିଦେ୍ର୍ଧଶକ ୧ ତାରିଖ କଳାହାଣ୍ଡି ଗସ୍ତରେ ଆସି ମାଓ ମୁକାବିଲା ସ୍ଥିତି ସମୀକ୍ଷା କରିଥିଲେ । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ହେଲେ ଏହାର ଦିନକ ପରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମାଣିକେରା ଏବଂ ଉର୍ଲାଦାନୀ ପଞ୍ଚାୟତର ଜୁରାଖମନ ବଙ୍ଗଳା (ଜାତୀୟରାଜପଥ-୫୯) ନିକଟରେ ମାଓବାଦୀମାନେ ପୋଷ୍ଟର ଜାରି କରି କଳାହାଣ୍ଡି ଏସ୍ପିଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏଥିରେ ଆଉ ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଏହି ପୋଷ୍ଟର କେକେବିଏନ୍ ଡିଭିଜନାଳ୍ କମିଟି ପକ୍ଷରୁ ଜାରି କରାଯାଇଥିବା ଦାବି କରାଯାଇଛି ।
ଦୁଇଟି ଯାକ ହାତଲେଖା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ କଳାହାଣ୍ଡି ଏସ୍ପି କଳାହାଣ୍ଡ ଓ କନ୍ଧମାଳ ସୀମାରେ କୁମ୍ବିଂ ଅପରେସନ୍ ବନ୍ଦ କରନ୍ତୁ । ମାଓ ଦମନ ଅଭିଯାନ ନାଁରେ ଗରିବ ଆଦିବାସୀଙ୍କୁ ନିର୍ଯାତନା ବନ୍ଦ କରନ୍ତୁ । ସିର୍କିରେ ସହିଦ ଦୋଇଥିବା ସଦସ୍ୟଙ୍କ ମୃତୁ୍ୟ ବ୍ୟର୍ଥ ଯିବ ନାହିଁ । ସିର୍କି ଏନକାଉଣ୍ଟର ପାଇଁ କଳାହାଣ୍ଡି ଏସ୍ପି ଦାୟୀ, ତେଣୁ ତାଙ୍କୁ ଉଡ଼ାଇ ଦିଆଯିବ । ସେହିପରି କଳାହାଣ୍ଡି ଯୁବବର୍ଗଙ୍କୁ ବହୁସଂଖ୍ୟାରେ ନrଲ ସଂଗଠନରେ ସାମିଲ ହୋଇ ସରକାର ବିରୋଧୀ ଆନେ୍ଦାଳନରେ ସାମିଲ ହେବାକୁ ମଧ୍ୟ ଲାଲ୍ବାହିନୀ ଆହ୍ୱାନ କରିଛି । ଆଗାମୀ ଦିନରେ ଏସଓଜି ଓ ସିଆରପିଏଫ୍ ବିରୋଧରେ କଡ଼ା ଜବାବ ଦିଆଯିବ, ସହିଦମାନଙ୍କ ବଳିଦାନର ପ୍ରତିଶୋଧ ନିଆଯିବ । ସୁରେଶ ତାଣ୍ଡି, ଈଶ୍ୱର ମାଝୀ ଏବଂ ଅଜିତ ମାଝୀଙ୍କୁ ପ୍ରଜା କୋର୍ଟରେ ମୃତୁ୍ୟ ଦଣ୍ଡ ଦିଆଯିବ ବୋଲି ମାଓପୋଷ୍ଟରରେ ଉଲ୍ଲେଖ ରହିଛି । ସମସ୍ତ ପୋଷ୍ଟରରେ କେକେବିଏନ୍ ଡିଭିଜନାଲ କମିଟି ବୋଲି ତଳେ ଉଲ୍ଲେଖ ରହିଛି ।
କିଛି ଦିନରେ ବ୍ୟବଧାନ ପରେ ପୁଣିଥରେ ମାଓପୋଷ୍ଟର ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ପୁଲିସ ଡିଜି ଅଭୟ ଆସି ମାଓ ଦମନ ଲାଗି ସମୀକ୍ଷା କରିଫେରିବାର ଦିନକ ପରେ ମାଓପୋଷ୍ଟରକୁ ନେଇ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ପୁଲିସ ପୋଷ୍ଟର ଜବତ କରି ତଦନ୍ତ ଚଳାଇଛି । ମାଓ ଦମନରେ ପୁଲିସ ଓ ସରକାର ବିରୋଧରେ ନrଲ ସଂଗଠନର କାର୍ଯ୍ୟକଳାପ ଉପର ଏବେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିଛି ।


Comments are closed, but trackbacks and pingbacks are open.