କଳାହାଣ୍ଡି ଜାରିଙ୍ଗି ଗଣଦୁଷ୍କର୍ମ ମାମଲା : ଜୁନାଗଡ ଥାନାରେ ପୀଡିତାଙ୍କ ସାନି ବୟାନ ରେକର୍ଡ

Get real time updates directly on you device, subscribe now.

କଳାହାଣ୍ଡି : କଳାହାଣ୍ଡି ଜାରିଙ୍ଗି ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଜୁନାଗଡ ଥାନାରେ ପୀଡିତାଙ୍କ ସାନି ବୟାନ ରେକର୍ଡ ହୋଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ମହିଳା ପୋଲିସର ଉପସ୍ଥିତିରେ ସାନି ବୟାନ ରେକର୍ଡ କରାଯାଇଛି । ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ପୀଡିତାଙ୍କୁ ଜୁନାଗଡ ଜେଏମଏଫସି କୋର୍ଟରେ ହାଜର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଗତକାଲି ମାମଲାରେ ମୁହଁ ଖୋଲିଥିଲେ ପୀଡ଼ିତା । ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡିତା ଦାବି କରିଥିଲେ । ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ଧମକ ମଧ୍ୟ ଦେଇଥିଲେ ପୀଡିତା । ପିଡୀତା ଗଣମାଧ୍ୟରେ ଏହି ବୟାନ ଦେବାପରେ କଳାହାଣ୍ଡି ଏସପି ପିଡୀତାଙ୍କ ବୟାନ ପୁଣି ଥରେ ରେକର୍ଡ କରାଯିବ ବୋଲି କହିଥିଲେ ।
ପୀଡିତାଙ୍କ କହିବା ଅନୁଯାୟୀ, ଯିଏ ତାଙ୍କୁ ଲିଫ୍ଟ ଦେଇଥିଲେ ସେହି ଏହି ଗଣଦୁଷ୍କର୍ମର ମୁଖ୍ୟ କାର୍ପଟଦାର। ସେ କହିଥିଲେ ୧୪ ତାରିଖରେ ଅସୁସ୍ଥତା ଯୋଗୁଁ ଭବାନୀପାଟଣା ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ସେ ବସଷ୍ଟାଣ୍ଡକୁ ଫେରିଥିଲେ । ଏହି ସମୟରେ ଲଳିତେନ୍ଦ୍ର ଶବରଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଯେ କି ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ । ବାଟରେ ଯିବା ସମୟରେ ଲଳିତେନ୍ଦ୍ରଙ୍କ ଅନ୍ୟ ଦୁଷ୍କର୍ମକାରୀଙ୍କୁ ସୂଚନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଯାହା ଅନୁଯାୟୀ ବନମାଳିପୁର ଛକ ନିକଟରେ ସେ ବାଇକକୁ ଧିମା କରିଥିଲେ ଆଉ ୬ ଜଣ ଯୁବକ ତାଙ୍କୁ ଜଙ୍ଗଲକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ ।
ପୋଲିସର ତଦନ୍ତ ଉପରେ ବି ପୀଡିତାଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା କଥା କଳାହାଣ୍ଡି ଏସପି ଗତ ୨୩ ତାରିଖ ଦିନ ଗଣମାଧ୍ୟମରେ ଯେଉଁ ବୟାନ ଦେଇଥିଲେ ସେଥିରେ ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ଦର୍ଶାଇଥିଲେ। ହେଲେ ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସମୟରେ ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ନୁହେଁ ବରଂ ଅନ୍ୟ ଜଣେ ପୀଡିତ ଦର୍ଶାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons