କଳାହାଣ୍ଡି ମହାରାଜା ଉଦିତ୍ ପ୍ରତାପ ଦେଓଙ୍କ ପରଲୋକ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଗଡ଼ଜାତର ୩୨ତମ ନାଗବଂଶୀ ମହାରାଜା ଉଦିତ୍ ପ୍ରତାପ ଦେଓଙ୍କର ଆଜି ୭୧ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ୍ରେ ପରଲୋକ ହୋଇଛି । ଅପରାହ୍ନ ପ୍ରାୟ ୫ଟା ୪୦ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ଧର୍ମପନôୀ ମହାରାଣୀ ପଦ୍ମମଞ୍ଜରୀ ଦେବୀ, ଯୁବରାଜ ଅନନ୍ତ ପ୍ରତାପ ଦେଓ, ଯୁବରାଣୀ ରିତିଜା କୁମାରୀ ଦେବୀ ଉପସ୍ଥିତ ଥିଲେ । ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ୱରଠାରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଅଣାଯାଉଛି । ଆସନ୍ତାକାଲି ରାଜଉଆସ ସମ୍ମୁଖରେ ଥିବା ରାଜବାଟୀରେ ତାଙ୍କ ପାର୍ଥିବ ଶରୀରକୁ ଲୋକଙ୍କ ଦର୍ଶନ ପାଇଁ ରଖାଯିବ । ପରମ୍ପରା ଅନୁଯାୟୀ ଯୁବରାଜ ଅନନ୍ତ ପ୍ରତାପ ଦେଓଙ୍କ ରାଜ୍ୟାଭିଷେକ ପରେ ତାଙ୍କର ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଅନ୍ତିମ ସଂସ୍କାର ପାଇଁ ଆଶାସାଗର ନିକଟସ୍ଥ ରାଜଶ୍ମଶାନକୁ ନିଆଯିବ ବୋଲି ରାଜଉଆସ ସୂତ୍ରରୁ ଖବର ମିଳିଛି ।
ମହାରାଜା ଉଦିତ୍ ପ୍ରତାପ ଦେଓ ୧୯୪୮ ମସିହା ଅଗଷ୍ଟ ୨୧ ତାରିଖରେ ଭବାନୀପାଟଣାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛତିଶଗଡ଼ ରାଜକୁମାର କଲେଜରେ ସ୍କୁଲ୍ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସମ୍ମାନ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାବ୍ୟତୀତ ଆଡଭାନ୍ସ ପର୍ବତାରୋହଣ କୋର୍ସ କରିଥିଲେ । ସେ ୧୯୭୪ରୁ ୧୯୭୭ ମସିହା ଯାଏଁ ସ୍ୱତନ୍ତ୍ର ପାର୍ଟିରୁ ଜୁନାଗଡ଼ ବିଧାୟକ ଭାବେ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ । ଏହାବ୍ୟତୀତ ପ୍ରାଦେଶିକ ସେନାର ଜଣେ ଅଧିକାରୀ ଭାବରେ ଉତ୍ତରାଞ୍ଚଳ, ରାଜସ୍ଥାନ ଆଦି ଅଞ୍ଚଳରେ କାର୍ଯ୍ୟ କରି ବହୁ ପ୍ରଶଂସିତ ହୋଇଥିଲେ । ପରେ କେବିକେ ଅଞ୍ଚଳର ପରିବେଶ ତଥା ଜଙ୍ଗଲ ଜମି ଏବଂ ପର୍ଯ୍ୟାବରଣ ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ । ୧୯୮୯ରେ ସେ ବିଜେପି ପ୍ରାର୍ଥୀ ଭାବେ କଳାହାଣ୍ଡି ଲୋକସଭା ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଲାଲକୃଷ୍ଣ ଆଡଭାନିଙ୍କ ରଥଯାତ୍ରା ଆୟୋଜନ ସମେତ ତକ୍ରାଳୀନ ବିଜେପି ରାଷ୍ଟ୍ର ସଭାପତି ମୂରଲୀମନୋହର ଯୋଷୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଳାହାଣ୍ଡି ରାଜଉଆସରେ ରାତ୍ରିଯାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମଧ୍ୟ କଳାହାଣ୍ଡି ଓ ନୂଆପଡ଼ା ଗସ୍ତବେଳେ କଳାହାଣ୍ଡି ରାଜଉଆସରେ ରାତ୍ରିଯାପନ କରିଥିଲେ । ଦେଶର ରାଜନୀତି, ଦେଶସେବା ସମେତ ଜଣେ ଜନପ୍ରତିନିଧି ଭାବେ ଉଦିତ୍ ପ୍ରତାପ ଦେଓ କଳାହାଣ୍ଡିବାସୀଙ୍କର ସେବା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons