ଭୁବନେଶ୍ୱର,(ବିବି.ବ୍ୟୁରୋ): କଳିଙ୍ଗନଗରରୁ ଜବରଦଖଲ ଉଚ୍ଛେଦ । ଭୁବନେଶ୍ୱର ମହାନଗର ନିଗମ (ବିଏମସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ),କମିଶନରେଟ ପୋଲିସର ମିଳିତ ସେଣ୍ଟ୍ରାଲ ଏନଫୋର୍ସମେଣ୍ଯ ସେଲ୍ କଳିଙ୍ଗନଗର କେ-୭ ବସ୍ ଷ୍ଟପ୍ ପାକ ମେଡିଆନ ଓ ରାସ୍ତା ପାଶ୍ୱର୍ରୁ ଜବରଦଖଲ ହଟାଇଛନ୍ତି । ବେଆଇନ ଭାବେ ଗଢ଼ି ଉଠିଥିବା ୨୫ଟି କ୍ୟାବିନ, ୭ଟି ଜଳଖିଆ ଦୋକାନ, ୪ଟି ରାସ୍ତା ପାଖ ଜଳଖିଆ ଦୋକାନ, ପଲିଥିନ ଘୋଡା ଯାଇଥିବା ଦୁଇଟି ବାଉଁଶ ଛପର ନିର୍ମାଣ, ୫ଟି ଆଜମେଷ୍ଟସ ଘର, ୫ଟି ଅଧା ତିଆରି ଘର, ୧୨ଟି ସାଇନ୍ ବୋର୍ଡ ସମେତ ୬୨ଟି ବରଦଖଲ ଉଚ୍ଛେଦ କରାଯାଇଛି । ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର-୨ ପ୍ରମୋଦ ପାତ୍ର, ଲିଆସନିଂ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଖଣ୍ଡଗିରି ଥାନା ଅଧିକାରୀ ଅନୀଲ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲଶ । ସେହିପରି ୟୁନିଟ୍-୪ ମାର୍କେଟ ଏରିଆରୁ ଜବରଦଖଲ ହଟାଯାଇଛି । ମନମୁଖଈ ଭାବେ ଜବରଦଖଲ କରି ଛିଡା କରାଯାଇଥିବା ଲୁହା ଫ୍ରେମକୁ ହଟାଇଛି ଏନ୍ଫୋର୍ସମେଣ୍ଟ ଟିମ୍ ।
Comments are closed, but trackbacks and pingbacks are open.